Home ଜିଲ୍ଲା ପରିକ୍ରମା ଯୁକ୍ତଦୁଇ ବିଜ୍ଞାନ ଫଳ : ବାଲେଶ୍ୱର ଜିଲ୍ଲାରେ ପାସହାର ୮୪.୨୬ ପ୍ରତିଶତ

ଯୁକ୍ତଦୁଇ ବିଜ୍ଞାନ ଫଳ : ବାଲେଶ୍ୱର ଜିଲ୍ଲାରେ ପାସହାର ୮୪.୨୬ ପ୍ରତିଶତ

52

ବାଲେଶ୍ୱର, ୧୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ପାଇଁ ବିଳମ୍ବ ହୋଇଥିଲେ ବି ପୂର୍ବ ଘୋଷଣା ଅନୁସାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ସମଗ୍ର ରାଜ୍ୟରେ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଳେଶ୍ୱର ଜିଲ୍ଲାରେ ଏହି ଅନୁପାତ୮୪.୨୬ ଛୁଇଁଛି। ଚିଳିତ ବର୍ଷ ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନରେ ମୋଟ୬୬୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୫୬୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୭୭୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୯୯୩ ଜଣ ଓ ତୃୀତୟ ଶ୍ରେଣୀରେ ୮୦୨ ଜଣ ପାସ୍ କରିଥିବା ବେଳେ ଗୋଟିଏ କିମ୍ବା ଦୁଇଗୋଟି ବିଷୟରେ ଫେଲ ହୋଇଥିବା ୪୨ ଜଣ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର ଅକ୍ଷୋକୃତ ଭଲ ରେଜାଲ୍ଟ ହୋଇଥିଲେ ବି ଆଶାଠାରୁ ବହୁତ୍ କମ୍ ମାର୍କ ମଳିଛି ବୋଲି କିଛି ଛାତ୍ରଛାତ୍ରୀ କହିଛନ୍ତି। କରୋନା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପରୀକ୍ଷା ଖାତା ମୂଲ୍ୟାୟନ ବାଇଓଲୋଜିରେ ପ୍ରାକ୍ଟିକାଲ ପରୀକ୍ଷା ହୋଇ ନପାରିବା ମୁଖ୍ୟକାରଣ ବୋଲି ସେମାନେ କହିଛନ୍ତି। ବେଳେ ସବୁଠାରୁ ବଡ଼କଥା ହେଲା ବାଲେଶ୍ୱର ଜିଲ୍ଲାର ସରକାରୀ କଲେଜ୍ ଅପେକ୍ଷା ଘରୋଇ ତଥା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ କୃତିତ୍ୱ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.