Home Coronavirus Outbreak ପୁଣି ୫୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୧୧୧୮ ହେଲା ଲକ୍‌ଡାଉନ...

ପୁଣି ୫୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୧୧୧୮ ହେଲା ଲକ୍‌ଡାଉନ କଟକଣାରେ ବୃଦ୍ଧି, ଦିନ ୨ପର୍ଯ୍ୟନ୍ତ ବଜାର ଖୋଲା ଜିଲ୍ଳାପାଳଙ୍କ କୋବିଡ଼ କେୟାର ସେଣ୍ଟର ପରିଦର୍ଶନ

349

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ନିଗ୍ଧା ରାୟ) -ଗତକାଲି ଜିଲ୍ଳାର କରୋନା ଆକ୍ରାନ୍ତ ଏକ ହଜାର ପାର ହୋଇଥିବା ବେଳେ ଆଜି ଆଉ ନୂଆ ୫୦ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା ୧୧୧୮ରେ ପହଞ୍ଚିଛି। ଜିଲ୍ଲାରୁ ବହୁ ମାତ୍ରାରେ ସ୍ୱାବ ପରୀକ୍ଷା ଜାରି ରହିଥିବା ବେଳେ ଅଧିକରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବୋଲି ଜିଲ୍ଲାପାଳ ଡ- ଜ୍ଞାନ ଦାସ କହିଛନ୍ତି। ଭଦ୍ରକର ମୁଖ୍ୟ ସହର ବ୍ୟତୀତ ଏବେ ଗ୍ରାମାଞ୍ଚଳରେ ସ୍ୱାବ ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସ୍ୱାବ ସଂଗ୍ରହ କରାଯାଉଛି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କରୋନାର ଦୃତ ସଂକ୍ରମଣ ଯୋଗୁ ସାନିଟାଇଜେନ ଏବଂ ସ୍ୱାବ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇ ଆସନ୍ତାକାଲି ୧୩ ତାରିଖଠାରୁ ଭଦ୍ରକ ସହର ସହିତ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲକ୍‌ଡାଉନ କଟକଣାରେ ପରିବର୍ତ୍ତନ କରାଯାଇଛି। ୧୩ ତାରିଖରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ ପୌରପାଳିକା, ରାନ୍ଦିଆ ବଜାର, ସାମରାଇପୁର, ଚରମ୍ପା ଧଳସାହିର ଦୋକାନ ବଜାର ସୋମବାରରୁ ଶୁକ୍ରବାର ପ୍ରତ୍ୟହ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଅପରାହ୍ନ ୩ଟା ଠାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ସଟ୍‌ଡାଉନ ସହିତ ସପ୍ତାହାନ୍ତ ସଟ୍‌ଡାଉନ ଶନିବାର ଓ ରବିବାର ବଳବତ୍ତର ରହିବ। କରୋନା ଆକ୍ରାନ୍ତଙ୍କୁ ନେଇ ଆଜି ଦିଆଯାଇଥିବା ସୂଚନା ଅନୁଯାୟୀ ମୋଟ ୨୫ ହଜାର ୨୨୭ଜଣଙ୍କ ସ୍ୱାବ ପରୀକ୍ଷା ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ଟପିଛି। ଯେଉଁ ୫୦ ଆକ୍ରାନ୍ତ ନୂଆ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୩ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ହୋଇଥିବା ବେଳେ ୪୭ଜଣ ଲୋକାଲ କଣ୍ଟାକ୍ଟ। ୧୧୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୭୩ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ଆଉ ୩୪୧ଜଣ ଆକ୍ଟିଭ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ୫୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗ୍ରାମାଞ୍ଚଳରୁ ୨୯ଜଣ ଚିହ୍ନଟ ହୋଇଥିବା ବେଳେ ସହରାଞ୍ଚଳରୁ ୨୧ଜଣ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ବାସୁଦେବପୁର ବ୍ଳକରୁ ୨ଜଣ, ଭଦ୍ରକ ବ୍ଲକରୁ ୧୪, ଭଣ୍ଡାରିପୋଖରୀ ୨, ବନ୍ତ ୩, ଧାମନଗର ୩ ଏବଂ ତିହିଡିରୁ ୫ଜଣ, ସହରାଞ୍ଚଳ ଭାବେ ଭଦ୍ରକ ପୌରପାଳିକାରୁ ୧୩, ବାସୁଦେବପୁର ପୌରପାଳିକାରୁ ୨ ଏବଂ ଚାନ୍ଦବାଲି ଏନ୍‌ଏସିରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ଭଦ୍ରକ ବ୍ଲକର ଫୁଲଗଡିଆ, ବରପଦା, ବନ୍ଧଗାଁ, କୋଡବରୁଁଆ, ପଲ୍ଲୀ, ବେଲଦା, ଭଗବାନପୁର, ପିପି ରାଇସ୍ ମିଲ୍‌, ସାବରଙ୍ଗ, ବାସୁଦେବପୁର ବ୍ଲକର ଝୁଲିଆ ହାଇସ୍କୁଲ ଟିଏମ୍‌ସି, କରଞ୍ଜଗଡି, ବାସୁଦେବପୁର ପୌରପାଳିକା, ଚାନ୍ଦବାଲି ଏନ୍‌ଏସି, ପାଞ୍ଚପଡା, ଭଦ୍ରକ ପୌରପାଳିକାର ୧୭ନଂ ୱାର୍ଡ ସାଳନ୍ଦୀ କଲୋନୀ, ୧ନଂ ୱାର୍ଡ ବରାଳପୋଖରୀ, ୯ନଂ ୱାର୍ଡ ମଣିସାହି, ୧୦ ନଂ ୱାଡ ଜଗନ୍ନାଥପୁର, ୭ନଂ ୱାର୍ଡ ଗବସାହି, ୨୯ ନଂ ୱାର୍ଡର ପୁରୁଣାବଜାର, ୧୫ ନଂ ୱାର୍ଡ କଦମବେଢା ପୁଲିସ କଲୋନୀ, ୨ନଂ ୱାର୍ଡ ବରାଳପୋଖରୀ, ୧୩ନଂ ୱାର୍ଡ ଅପର୍ତ୍ତିବିନ୍ଧା, ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ, ବାରିକପୁର, ବନ୍ତ ବ୍ଲକ ର କନ୍ତିଆ, ବଡମହିଷିଗୋଠ, ଧାମନଗର ବ୍ଲକ ଚୁଡାକୁଟି, ଗୌରୀବିଶିନୂଆପଡା, ହସନାବାଦ, ତିହିଡି ବ୍ଲକ କାଞ୍ଚନପୁର ପ୍ରଭୃତି ଗ୍ରାମ ଓ ୱାର୍ଡ ଅଞ୍ଚଳର ବୋଲି ସୂଚନା ଦିଆ ଯାଇଛି। ଆଜି ଜିଲ୍ଳାପାଳ ଡ- ଦାସ ତିହିଡି ବ୍ଲକର ପାଳିଆବିନ୍ଧା ସ୍ୱାବ ସଂଗ୍ରହ କେନ୍ଦ୍ର ପରିଦର୍ଶନ କରିଥିଲେ। ତାଙ୍କ ସହିତ ତିହିଡି ବ୍ଳକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ପାଳିଆବିନ୍ଧା ସରପଞ୍ଚ ଥିଲେ। ସେହିପରି ତିହିଡି ବ୍ଲକର କୋବିଡ଼ କେୟାର ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ। ତାଙ୍କ ସହ ତିହିଡି ବିଡିଓ, ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ। ଅପରାହ୍ନରେ ଜିଲ୍ଲାପାଳ ଧାମନଗର ଯାଇ ସେଠାରେ କୋବିଡ କେୟାର ସେଣ୍ଟର ପରିଦର୍ଶନ କରିଥିଲେ। ତାଙ୍କ ସହିତ ସ୍ଥାନୀୟ ବିଡିଓ, ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ କୋବିଡ କେୟାର ସେଣ୍ଟରର ବିଭିନ୍ନ ଆନୁସଂଗିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.