Home ଜିଲ୍ଲା ପରିକ୍ରମା ‘ଓଡ଼ିଶା ଭାସ୍କର’ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

‘ଓଡ଼ିଶା ଭାସ୍କର’ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

113

ଭୁବନେଶ୍ୱର, ୧୧.୮ (ଓଡ଼ିଆ ପୁଅ) : ଶୁକ୍ରବାର ଅଗଷ୍ଟ ୯ ତାରିଖ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ନିର୍ଣ୍ଣାୟକ ଦିବସ। ଜାତିର ଜନକ ମହାତ୍ମା ଗାନ୍ଧୀ ୭୭ ବର୍ଷ ପୂର୍ବେ ଏହି ଦିନ ଇଂରେଜମାନଙ୍କୁ ଭାରତଛାଡ଼ର ଆହ୍ୱାନ ଦେଇଥିଲେ। ସେହିଦିନ ଠାରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଇଂରେଜମାନଙ୍କ ବିରୁଦ୍ଧରେ ସମଗ୍ର ଭାରତବର୍ଷ ଆକୁମାରୀ ହିମାଚଳ ଦୃଢ ସ୍ୱର ଉତ୍ତୋଳନ କରିଥିଲା ଓ ୫ ବର୍ଷ ପରେ ଇଂରେଜମାନେ ଭାରତ ଛାଡ଼ି ଚାଲିଯିବା ପାଇଁ ବାଧ୍ୟ ହୋଇଥିଲେ। ଭାରତ ଇତିହାସରେ ଏହି ସ୍ମରଣୀୟ ଓ ମହତ୍ତ୍ୱପୂର୍ଣ୍ଣ ଅଗଷ୍ଟ କ୍ରାନ୍ତି ଦିବସର ପୂଣ୍ୟ ୭୭ତମ ପୂର୍ତ୍ତି ଉତ୍ସବରେ ପୂର୍ବାହ୍ନରେ ରାଜ୍ୟ ଲୋକସେବା ଭବନସ୍ଥିତ ସୂଚନା ଅଧିକାରୀମାନଙ୍କ ପ୍ରକୋଷ୍ଠରେ ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ଓଡ଼ିଶା ଭାସ୍କର’ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ସୂଚନା ଅଧିକାରୀ ସନ୍ତୋଷ କୁମାର ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ବସନ୍ତ କୁମାର ମହାନ୍ତି, ତାପସ କୁମାର ଶାହା, ସଚ୍ଚିଦାନନ୍ଦ ବେହେରା, ଆଶୁତୋଷ ପାଇକରାୟ, ସୁଜିତ କୁମାର ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏ ଅବସରରେ ଉପସ୍ଥିତ ରହି ଏହି ଦିବସର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସେହିପରି ଭୁବନେଶ୍ୱର ସାମ୍ବାଦିକମାନଙ୍କ ପକ୍ଷରୁ ଜୟଦେବ ଭବନ ପରିସରରେ କ୍ରାନ୍ତି ଦିବସ ପାଳନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜ, ବିବେକାନନ୍ଦ ଜେନା, ପ୍ରମୋଦ ସାମନ୍ତରାୟ, ହୃଷିକେଶ ମହାନ୍ତି, ମାଧବାନନ୍ଦ ବେଉରା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପ୍ରଭାସ ରଞ୍ଜନ ଦାସଙ୍କ ସମେତ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବି ଏହି କ୍ରାନ୍ତି ଦିବସରେ ଭାଗ ନେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.