Home Top News ଓଡ଼ିଶାରେ ୩୫ରୁ ଊର୍ଦ୍ଧ୍ୱ ସହର ଓ ନଗରକୁ ନିଜର ଉପସ୍ଥିତି ସମ୍ପ୍ରସାରିତ କଲା ଜିଓଫାଇବର, ...

ଓଡ଼ିଶାରେ ୩୫ରୁ ଊର୍ଦ୍ଧ୍ୱ ସହର ଓ ନଗରକୁ ନିଜର ଉପସ୍ଥିତି ସମ୍ପ୍ରସାରିତ କଲା ଜିଓଫାଇବର, ଏବେ ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା ଓ ବଡବିଲ ସହରରେ ଉପଲବ୍ଧ

71

– ନୂତନ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ କୌଣସି ପ୍ରବେଶ ମୂଲ୍ୟ ନାହିଁ
– ପ୍ରାୟ ୧୦, ୦୦୦ ଟଙ୍କା ମୂଲ୍ୟର ଇଂଟରନେଟ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ ବକ୍ସ ଏବଂ ସ୍ଥାପନା ସୁବିଧା, ବିନାମୂଲ୍ୟରେ
– ଜିଓଫାଇବର ଅସୀମିତ ମନୋରଞ୍ଜନ ବୋନାଞ୍ଜା ଯୋଗାଇ ଦେଉଛି। ମାସକୁ ମାତ୍ର ୧୦୦ ଟଙ୍କା ଅଥବା ୨୦୦ ଟଙ୍କା ଅଧିକ ଦେଇ ବ୍ୟବହାରକାରୀ ଏବେ ୧୪ଟି ଲୋକପ୍ରିୟ ଓଟିଟି ଆପ୍ ଜରିଆରେ ସେମାନଙ୍କ ମନପସନ୍ଦର ବିଷୟବସ୍ତୁ ଦେଖିପାରିବେ

ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) : ଦେଶରେ ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜର ସ୍ଥିତିକୁ ଅଧିକ ଦୃଢିଭୁତ କରି ଜିଓଫାଇବର ସମ୍ପ୍ରତି ଓଡ଼ିଶାର ୩୫ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହେଉଛି। ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା ଏବଂ ବଡବିଲ ସହରର ପ୍ରମୁଖ ଅଂଚଳରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ସମ୍ପ୍ରତି ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡା, ବରଗଡ, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡବିଲ ସମେତ ୩୫ରୁ ଅଧିକ ସହରରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରକୁ ଏହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛିି।

ପୂର୍ବରୁ ଜିଓଫାଇବର ଉପଲବ୍ଧ ଥିବା ସହର ଓ ନଗରଗୁଡିକରେ ମଧ୍ୟ ଜିଓ ନିଜର ଏହି ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ସେବାକୁ ଅଧିକ ପରିବ୍ୟାପ୍ତ କରୁଛି ଏବଂ ଏହା ନୂଆ ଅଂଚଳ ତଥା ସହର ଉପକଣ୍ଠ ଅଂଚଳଗୁଡିକୁ ସେବା ପରିବ୍ୟାପ୍ତ କରିବା ସହିତ ବ୍ୟକ୍ତିଗତ ଗୃହ ଠାରୁ ନେଇ କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ପେଶାଦାରଙ୍କ ସମେତ ହଜାର ହଜାର ସଂଖ୍ୟକ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ସେମାନଙ୍କୁ ଅସୀମିତ ମନୋରଞ୍ଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ଆଦିର ସମୃଦ୍ଧ ଅନୁଭୂତି ଯୋଗାଇ ଦେଉଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୨ ମେ ୩୧ ସୁଦ୍ଧା ଓଡ଼ିଶାରେ ଜିଓଫାଇବର୍ ଗ୍ରାହକଙ୍କ ସଂଖ୍ୟା ୧, ୪୧, ୩୪୬ ରହିଛି ଏବଂ ଏହା ପ୍ରତି ମାସରେ ଦ୍ରୁତ ଅଭିବୃଦ୍ଧି ଜାରି ରଖିଛି।

ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ସମ୍ପ୍ରତି ନୂଆ ପୋଷ୍ଟପେଡ ଗ୍ରାହକଙ୍କ ନିମନ୍ତେ ଶୂନ୍ୟ ପ୍ରବେଶ ମୂଲ୍ୟରେ ସେବା ଉପଲବ୍ଧ କରାଉଛି, ଯେଉଁଥିରେ ବ୍ୟବହାରକାରୀ ଜିଓଫାଇବର ପୋଷ୍ଟପେଡ ସଂଯୋଗ ନେବାକୁ ଚାହିଁଲେ ୧୦, ୦୦୦ ଟଙ୍କା ମୂଲ୍ୟର ଇଂଟରନେଟ ବକ୍ସ (ଗେଟୱେ ରାଉଟର), ସେଟ୍ ଟପ ବକ୍ସ ଏବଂ ସ୍ଥାପନା (ଇନଷ୍ଟଲେସନ) ମାଗଣାରେ ପାଇବେ। ଅନ୍ୟ ଏକ ଉଲ୍ଲେଖନୀୟ ସୁବିଧା ଭାବରେ ଜିଓଫାଇବର ଏଂଟରଟେନମେଂଟ ବୋନାଞ୍ଜା ଜରିଆରେ ଅସୀମିତ ମନୋରଞ୍ଜନ ଯୋଗାଇ ଦେଉଛି, ଯାହା ମାତ୍ର ୧୦୦ ଟଙ୍କା ଅଧିକ ଦେୟରେ ଆରମ୍ଭ ହେଉଛି। ବ୍ୟବହାରକାରୀ ମାସିକ ୩୯୯ ଟଙ୍କାରେ ଅସୀମିତ ହାଇ-ସ୍ପିଡ ଇଂଟରନେଟର ସୁଯୋଗ ନେବା ବ୍ୟବସ୍ଥା ଅପରିବର୍ତିତ ରହିବାବେଳେ ତାହାସହିତ ମାସିକ ମାତ୍ର ୧୦୦ ଟଙ୍କା ଅଥବା ୨୦୦ ଟଙ୍କା ଅଧିକ ଦେଇ ସେମାନେ ଏଣିକି ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍ ଜରିଆରେ ସେମାନଙ୍କର ମନପସନ୍ଦର ବିଷୟବସ୍ତୁ ଦେଖିପାରିବେ।

ନୂତନ ଭାବରେ ଆରମ୍ଭ ହୋଇଥିବା ସହର ଓ ନଗରଗୁଡିକରେ ଜିଓଫାଇବରକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି। ନବରଙ୍ଗପୁର ସହରରେ ଜିଓଫାଇବର ସେବା ଏବେ ପାଟାଲସାହି, ଚଉରାଗୁଡା, ବାଦାମସାହି, ସେନାପତିସାହି, ଭଗବତୀ ସାହି, ରାଜୁସାହି, ଶାନ୍ତି ନଗର, ତେଲିସାହି, ଗୌଡସାହି, ଦଶହରାପଡା ଆଦି ଅଂଚଳରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଭାଗକୁ ଦ୍ରୁତ ସମ୍ପ୍ରସାରଣ ପ୍ରକ୍ରିୟା କାର୍ଯ୍ୟକାରୀ କରୁଛି। ସେହିଭଳି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସହରରେ ଜିଓଫାଇବର ସମ୍ପ୍ରତି ବଡବଜାର ଛକ, ବାସନ୍ତୀ ପଡିଆ, ଏଲଆଇସି ଅଫିସ, ବ୍ଲକ ଅଫିସ ଛକ, ଶାସନବାଦ, ପଥରପୁରା ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହେବା ସହ ଖୁବଶୀଘ୍ର ସହରର ଅନ୍ୟାନ୍ୟ ଅଂଚଳକୁ ଏହି ସେବାର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ଫୁଲବାଣୀ ସହରରେ ଜିଓଫାଇବର ଏବେ ଅମଲାପଡା, ବସଷ୍ଟାଣ୍ଡ ଅଂଚଳ, ମାଷ୍ଟରପଡା, କଂଟ୍ରାକ୍ଟର ପଡା, ମେନ୍ ରୋଡ ଫୁଲବାଣୀ ସାହି, ମେଡିକାଲ ଅଂଚଳ, ମ୍ୟୁନିସିପାଲିଟି ଅଂଚଳ ଏବଂ ସନ୍ନିକଟ ଅଂଚଳଗୁଡିକରେ ତାହାର ସେବା ଯୋଗାଣ ଆରମ୍ଭ କରିଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ନିଜ ସେବା ଦ୍ରୁତ ସମ୍ପ୍ରସାରଣ କରୁଛି।

କେନ୍ଦୁଝର ଜିଲ୍ଲ।ର ଘସିପୁରା ସହରରେ ଜିଓଫାଇବର ସେବା ଏବେ ଶାଳପଡା, ଜାଆଁରା, ଖପରାଖାଇ, ଘସିପୁରା ବସଷ୍ଟାଣ୍ଡ ଏବଂ ମେଡିକାଲ ରୋଡ ଆଦି ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ଏହାର ଦ୍ରୁତଗତିରେ ସମ୍ପ୍ରସାରଣ କରାଯାଉଛି। ଅନୁରୂପ ଭାବରେ ଜିଓଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ସମ୍ପ୍ରତି କେନ୍ଦୁଝର ଜିଲ୍ଲା ବଡବିଲ ସହରର ରୁଙ୍ଗଟା କଲୋନି, ରାଜୀବ ନଗର ଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳ ସମେତ ନିକଟବର୍ତ୍ତୀ ସ୍ଥାନଗୁଡିକରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ଦ୍ରୁତ ସମ୍ପ୍ରସାରଣ ପ୍ରକ୍ରିୟା ଚାଲିଛି। ଦ୍ରୁତ ସମ୍ପ୍ରସାରଣଶୀଳ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ଅଧିକାଂଶ ଅଂଚଳରେ ଉପଲବ୍ଧ ହୋଇଛି ଏବଂ ନିକଟରେ ଏହା ଗୌତମ ନଗର, ପାର୍କ ଷ୍ଟ୍ରିଟ, ରାମଲକ୍ଷ୍ମୀ ନଗର, ପଟନାୟକ କଲୋନୀ, ଏଲଆଇସି କଲୋନୀ, କୁଲଟି ଗୋପାଳପୁର ଏବଂ ନିକଟବର୍ତ୍ତୀ ଅଂଚଳଗୁଡିକୁ ସମ୍ପ୍ରସାରିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.