କୋରାପୁଟ ୨୭-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଓକିଲମାନେ ବୁଧବାର ପିକେଟିଂ କରି ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ବନ୍ଦ କରିଛନ୍ତି। କୋରାପୁଟ ଓକିଲ ସଂଘ ସଭାପତି ସୂଦର୍ଶନ ଗୌଡ, ସମ୍ପାଦକ ସୁନାଲ ଜେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଆଇନଜୀବି ସହରରେ ବୁଲି ବୁଲି ସରକାରୀ ଅଫିସ ଏବଂ ସମସ୍ତ ବ୍ୟାଙ୍କ ବନ୍ଦ କରିଥିଲେ। ପିକେଟିଂ ଯୋଗୁଁ ବିଭାଗୀୟ କର୍ମଚାରୀ କିଛି ସମୟ ପାଇଁ ଅଫିସ୍ ବନ୍ଦ କରିଥିଲେ ମଧ୍ୟ ଓକିଲମାନେ ଚାଲି ଯିବା ପରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଖୋଲିଥିଲା। ଫଳରେ ସାଧାରଣ ଲୋକ ସେପରି କିଛି ଅସୁବିଧାର ସମୁଖୀନ ହେଇନଥିଲେ। କିନ୍ତୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବାରୁ ଲୋକେ ଘୋର ଅସୁବିଧାର ସମୁଖୀନ ହୋଇଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ପିଏନବି, ଆଇଓବି, ଆଇବି, ୟୁନିଅନ ବ୍ୟାଙ୍କ, କୋଅପରେଟିଭ୍ ବ୍ୟାଙ୍କ ଓ ୟୁଜିବି ବନ୍ଦ ରହିଥିଲା।









