Home ଓଡ଼ିଶା ଏହି ଜିଲ୍ଲାକୁ ରେଡ୍ ଆଲର୍ଟ

ଏହି ଜିଲ୍ଲାକୁ ରେଡ୍ ଆଲର୍ଟ

232

ଭୁବନେଶ୍ଵର,୦୮/୦୯,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ରାଜ୍ୟରେ ଳଗାତାର ବର୍ଷା ଲାଗି ରହିଛି । ଏନେଇ କେତେକ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି ।  ତେବେ ଚାରିଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବନ୍ୟା ସ୍ଥିତି ଉପୁଜିବା ନେଇ ରେଡ୍ ୱାର୍ଣ୍ଣିଂ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ସୋନପୁର, ସମ୍ବଲପୁର, ବରଗଡ ଓ ଝାରସୁଗୁଡା ପ୍ରଭୃତି ଜିଲ୍ଲା ମାନଙ୍କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇି ।  ଏହାସହ ରାସ୍ତାଘାଟ ନଷ୍ଟ ହେବା ନେଇ ବି ଆଶଙ୍କା କରାଯାଇଛି ।

ଏଥିସହିତ ବଲାଙ୍ଗୀର, ନବରଙ୍ଗପୁର, ସୁନ୍ଦରଗଡ. କେନ୍ଦୁଝର, ଦେବଗଡ ଓ ଅନୁଗୁଳ ସମେତ ମୋଟ ୮ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ ଓ ମୟୂରଭଂଜ ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଳାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.