Home ଓଡ଼ିଶା ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ରାମ ଜେଠାମାଲାନୀଙ୍କର ପରଲୋକ

ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ରାମ ଜେଠାମାଲାନୀଙ୍କର ପରଲୋକ

144

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ବରିଷ୍ଠ ଓକିଲ ରାମ ଜେଠମଲାନୀଙ୍କର ରବିବାର ଦିନ ପରଲୋକ ହୋଇଯାଇଛି। ସେ ୯୫ ବର୍ଷର ଥିଲେ। ୯୫ ବର୍ଷୀୟ ରାମ ଜେଠମଲାନୀ ସୁପ୍ରୀମ କୋର୍ଟର ବରିଷ୍ଠ ଅଧିବକ୍ତା ଥିଲେ। ଦେଶର ଖ୍ୟାତନାମା କ୍ରିମିନାଲ ଓକିଲ ଥିଲେ ସେ।ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ ଜେଠମଲାନୀ।

ଜେଠମଲାନୀ ମକଦ୍ଦମା ବ୍ୟତୀତ ନିଜର ବୟାନ କାରଣରୁ ମଧ୍ୟ ଅଧିକ ଚର୍ଚ୍ଚାରେ ରହୁଥିଲେ। ଜେଠମଲାନୀ ୧୭ ବର୍ଷର ବୟସରୁ ହିଁ ଓକିଲାତିର ଡିଗ୍ରୀ ହାସଲ କରିଥିଲେ। ସେତେବେଳେ ନିୟମରେ ସଂଶୋଧନ କରି ତାଙ୍କୁ ୧୮ ବର୍ଷର ବୟସରେ ପ୍ରାକ୍ଟିସ୍ କରିବାପାଇଁ ଅନୁମତି ଦିଆଯାଇଥିଲା। ଅବଶ୍ୟ ନିୟମାନୁସାରେ ପ୍ରାକ୍ଟିସ୍ର ବୟସ ସୀମା ୨୧ ବର୍ଷ ଥିଲା।

ଜେଠମଲାନୀ ଯେଉଁ ପ୍ରମୁଖ କେସ ଲଢ଼ିଥିଲେ ସେଥିରେ ସେଗୁଡ଼ିକ ମଧ୍ୟରେ ନାନାବଟୀ ବନାମ ମହାରାଷ୍ଟ୍ର ସରକାର, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ହତ୍ୟାକାରୀ ସତୱନ୍ତତ ସିଂହ ଏବଂ ବେଅନ୍ତ ସିଂହ, ହର୍ଷଦ ମେହତା ଷ୍ଟକ ମାର୍କେଟ ସ୍କାମ୍, ହାଜୀ ମସ୍ତାନ କେସ, ହୱାଲା ସ୍କାମ,ମାଡ୍ରାସ ହାଇକୋର୍ଟ, ଆତଙ୍କୀ ଅଫଜଲ ଗୁରୁ, ଜେସିକା ଲାଲ ମର୍ଡର କେସ, ୨ଜି ସ୍କାମ କେସ ଏବଂ ଆସାରାମଙ୍କର ମାମଲା ସାମିଲ ଅଟେ।

ଅନେକ ମାମଲାରେ ମାଗଣାରେ ଓକିଲାତି କରିଛନ୍ତି

ସ୍ୱାଧିନ ଭାରତର ଇତିହାସରେ ଅନେକ ସମୟ ଏପରି ଆସିଛି ଯେଉଁ କ୍ଷେତ୍ରରେ ରାମଜେଠମଲାନୀ କଳା କୋଟ ପିନ୍ଧି ଠିଆ ହୋଇଥିବାର ଦେଖାଯାଇଛି। ଗୋଟିଏ ସମୟରେ ଦେଶର ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ଲୋକମାନଙ୍କ ମଧ୍ୟରେ ଥିଲେ ଜେଠମଲାନୀ ଅନେକ ଚର୍ଚ୍ଚିତ ମାମଲାରେ ମାଗଣାରେ ମକଦ୍ଦମା ଲଢ଼ିଛନ୍ତି।

 

ନିଜର ସ୍ୱତନ୍ତ୍ର ଗାମ୍ଭିର୍ଯ୍ୟ ପାଇଁ ପରିଚିତ ଜେଠମଲାନୀ ଅଟଲ ବିହାରୀ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ପରେ ପାର୍ଟୀରୁ ତାଙ୍କୁ ୬ ବର୍ଷ ପାଇଁ ପ୍ରତିବନ୍ଧିତ ହେବା ପରେ ଅଟଲ ବିହାରୀ ବାଜପେୟୀଙ୍କ ବିରୁଦ୍ଧରେ ହିଁ ନିର୍ବାଚନ ଲଢ଼ିଥିଲେ।

 

୨୦୧୭ ରେ ନେଇଥିଲେ ସନ୍ୟାସ

 

ଜେଠମଲାନୀ ସାତ ଦଶକରୁ ଅଧିକ ଓକିଲାତି କ୍ୟାରିୟରରୁ ସନ୍ୟାସ ନେବାର ଘୋଷଣା ୨୦୧୭ କରିଥିଲେ। ୯୪ ବର୍ଷର ବୟସରେ ଜେଠମଲାନୀ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ। ସେ ଭ୍ରଷ୍ଟ ରାଜନେତାମାନଙ୍କ ବିରୁଦ୍ଧରେ ଲଢ଼ାଇ ଜାରୀ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.