Home ଓଡ଼ିଶା ଏନଟିପିସି ର ୩ଟି ୟୁନିଟ ହେଲା ବନ୍ଦ

ଏନଟିପିସି ର ୩ଟି ୟୁନିଟ ହେଲା ବନ୍ଦ

164

ତାଳଚେର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଏନଟିପିସି ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନରେ ଏବେ ଦେଖା ଦେଇଛି କୋଇଲାର ଘୋର ଅଭାବ । ଫଳରେ ଥର୍ମାଲ କର୍ତ୍ତୃପକ୍ଷ ଏହାର ୩ଟି ୟୁନିଟକୁ ବନ୍ଦ କରିଛନ୍ତି । ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଜଗନ୍ନାଥ ଖୋଲାମୁହାଁ କୋଇଲା ଖଣିରୁ ଆବଶ୍ୟକୀୟ କୋଇଲା ଯୋଗାଣ ହୋଇପାରୁ ନଥିବାରୁ ଟିଟିପିଏସ୍‌ରେ ଏଭଳି ଅବସ୍ଥା ଦେଖାଦେଇଛି । ୪୬୦ ମେଗାୱାଟ୍‌ ବିଶିଷ୍ଟ ତାଳଚେର ଥର୍ମାଲ ବିଦ୍ୟୁତ୍‌ କେନ୍ଦ୍ରର ମୋଟ ୬ଟି ୟୁନିଟ ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ହେଉଥିବା ବେଳେ ଜଗନ୍ନାଥ ଓସିପିରୁ ଦୈନିକ ୬ ହଜାର ଟନ୍‌ କୋଇଲା ଯୋଗାଣ ହୋଇଥାଏ । ତେବେ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକୀୟ ଜାଗା ଉପଲବ୍ଧ ନଥିବାରୁ ଏବେ ଏହି ଖଣିରେ ଦିନକୁ ମାତ୍ର ୩ ହଜାର ମେଟ୍ରିକ୍‌ ଟନ୍‌ ହିଁ କୋଇଲା ଉତ୍ପାଦନ ସମ୍ଭବ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.