Home ଓଡ଼ିଶା ଆସିବ ନୂଆ ସଂସ୍କୃତି ନୀତି

ଆସିବ ନୂଆ ସଂସ୍କୃତି ନୀତି

201

ଭୁବନେଶ୍ଵର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ସରକାର ଆଣିବେ ନୂଆ ସଂସ୍କୃତି ନୀତି ! ହେଲେ ସଂସ୍କୃତି ପାଇଁ ସରକାର କେତେ ସଚେତନ ତାହା ସ୍ପଷ୍ଟଭାବେ ବାରିହେଉଛି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢାଯାଉଥିବା ପାଠ୍ୟକ୍ରମରୁ । ଆଗାମୀ ପୀଢି ପାଇଁ ଯେଉଁ ଶିକ୍ଷା ଦିଆଯାଉଛି ସେଥିରେ ଓଡିଶାର ସଂସ୍କୃତି, ଭାଷା, ଐତିହ୍ୟ ପାଇଁ କାମ କରିଥିବା ବ୍ୟକ୍ତିଙ୍କ ନାଁ ନାହିଁ । କେବଳ ସେତିକି ନୁହେଁ ପାଠ୍ୟ ପୁସ୍ତକରେ ଥିବା ସାଙ୍ଘାତିକ ଭୁଲ୍ ମଧ୍ୟ ପଦାକୁ ଆସିଛି । କବିସୂର୍ଯ୍ୟ ବଳଦେବ ରଥ ଓ ସନ୍ଥକବି ଭୀମଭୋଇଙ୍କ ଉପରେ ଭୁଲ୍ ତଥ୍ୟ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ବଡ ବିବାଦ ଉପୁଜୁଛି ।

ଓଡିଶାର ନୃତ୍ୟ, ସଙ୍ଗୀତ, କୁଟୀର ଶିଳ୍ପ, ସାହିତ୍ୟ ତଥା ଭାଷା ଆଦିର ବିକାଶ ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ସଂସ୍କୃତି ଓ ଐତିହ୍ୟ ନୀତି । ଯେଉଁଥିରେ କି ଭବିଷ୍ୟତ ଦୃଷ୍ଟି, ଆଭିମୁଖ୍ୟ, କଳା ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣା, ପ୍ରତ୍ନତତ୍ତ୍ୱ, ଭାଷା ଓ ସାହିତ୍ୟର ଗବେଷଣା, ଶିଳ୍ପୀ ତଥା କଳାକାରଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ, ସଙ୍ଗୀତ ଓ ନୃତ୍ୟର ବିକାଶ ବାବଦରେ ବିସ୍ତୃତ ଭାବେ ଉଲ୍ଲେଖ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.