Home ଅପରାଧ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

79

ଗଞ୍ଜାମ,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ଗଞ୍ଜାମ ଜିଲ୍ଲା  ଜୟଶ୍ରୀ କେମିକାଲ ଛକ ନିକଟରେ  ପୋଲିସର ଏନକାଉଣ୍ଟର ହୋଇଛି । ଫଳରେ ବ୍ରହ୍ମପୁର ଗୋଶାଣିନୁଆଗାଁର ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ କୋକ ଗୁରୁତର ହୋଇଛି। ସୁଶାନ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ସୂଚନାଅନୁସାରେ, ଆଜି ସୁଶାନ୍ତ ଗଞ୍ଜାମ ଅଞ୍ଚଳରେ ଥିବା ଜୟଶ୍ରୀ କେମିକାଲ ରୋଡ଼ରେ ରହିଥିବା ପୋଲିସକୁ ଖବର ମିଳିଥିଲା।

ପରେ  ବିଶେଷ ସୂତ୍ରରୁ ପୋଲିସ ଖବର ପାଇଁ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା । ତା ପରେ ପୋଲିସର ଗୁଳିରେ ସୁଶାନ୍ତର ବାମ ଗୋଡ଼ରେ ଆଘାତ ଲାଗିଥିଲା । ପରେ ସୁଶାନ୍ତକୁ ଛତ୍ରପୁର ମେଡ଼ିକାଲ ପରେ ବ୍ରହ୍ମପୁର mkcgକୁ ସ୍ଥାନାନ୍ତରିତ କରାଯାଇଛି । ସୁଶାନ୍ତ ଠାରୁ ଗୋଟିଏ ମୋଟର ସାଇକେଲ ସହ ଗୋଟିଏ ମାଉଜର, ଦୁଇଟି ମୋବାଇଲ ପୋଲିସ ଜବତ କରିଛି । ଘଟଣାରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.