Home ଜିଲ୍ଲା ପରିକ୍ରମା ଉମିଦ ଫାଉଣ୍ଡେସନ ପକ୍ଷରୁ ଷୋଳମପୁରରେ ସେବା କାର୍ଯ୍ୟ

ଉମିଦ ଫାଉଣ୍ଡେସନ ପକ୍ଷରୁ ଷୋଳମପୁରରେ ସେବା କାର୍ଯ୍ୟ

33

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାରରେ ଆର୍ଜ୍ଜନା ପରିଚାଳନା ପାଇଁ ସ୍ଥାନୀୟ ସାମାଜିକ ସଙ୍ଗଠନ ‘ଉମିଦ ଫାଉଣ୍ଡେସନ’ ପକ୍ଷରୁ ଚାରିଗୋଟି ଡଷ୍ଟବିନ ପ୍ରଦାନ କରାଯାଇଛି । ବୌଦ୍ଧବିହାର ପରିସରକୁ ଆଜି ସଫେଇ କରାଯିବା ସହ ଡଷ୍ଟବିନଗୁଡିକ ରଖା କରାଯାଇଛି । ଷୋଳମପୁର ଗ୍ରାମର ଖପୁରିଆପଦା ସାହିର ବୟୋବୃଦ୍ଧ ଭିନ୍ନକ୍ଷମ ଅଭିମନ୍ୟୁ ମଲ୍ଲିକଙ୍କୁ ରାସନ ସାମଗ୍ରୀ ସହାୟତା ପ୍ରଦାନ କରାଯିବା ସହ ଔଷଧ ସହାୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଫାଉଣ୍ଡେନର ସମ୍ପାଦକ ରାଜେଶ ବାରିକ, ପ୍ରଣୟ ସାମଲ, ଦେବେଶ ସାମଲ, ଗଣମାଧ୍ୟମ ପ୍ରତିନିଧି ରାଜେଶ ବାରିକ, ସମାଜସେବୀ ବିଶ୍ୱମ୍ଭର ରାଉତ, ୱାର୍ଡ ସଦସ୍ୟ ଗଜେନ୍ଦ୍ର ଦାସ, ଦୁଶ୍ମନ୍ତ ବରାଳ, ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.