Home ଆନ୍ତର୍ଜାତୀୟ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ତୃତୀୟ ଟି-20 : ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି...

ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ତୃତୀୟ ଟି-20 : ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଲା ଭାରତ

339

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଟିମ ଇଣ୍ଡିଆ ଟି-୨୦ ସିରିଜ୍ ପୂର୍ବରୁ ହିଁ ୨-୦ରେ ଆଗୁଆ ଅଛି, ତୃତୀୟ ଟି-୨୦ ରେ ବର୍ଷା ବାଧା ସୃଷ୍ଟି କରିଥିବାରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଛି। ଗୟାନାରେ ବର୍ଷା କାରଣରୁ ପଡ଼ିଆ ଓଦା ଅଛି ଯାହା କାରଣରୁ ମ୍ୟାଚ୍ ଆରମ୍ଭ ହେବାକୁ ବିଳମ୍ବ ହୋଇଥିଲା। ଟିମ ଇଣ୍ଡିଆ ପୂର୍ବରୁ ହିଁ ସିରିଜ୍ ଉପରେ କବ୍ଜା କରି ସାରିଛି। ଫ୍ଲୋରିଡାରେ ହୋଇଥିବା ଦୁଇଟି ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ସହଜରେ ବିଜୟ ହାସଲ କରି ୨-୦ରେ ଆଗୁଆ ଅଛି।

ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତି ନେଇଛି। ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଚହରଙ୍କର ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ ହୋଇଛି।

ଟିମ ଇଣ୍ଡିଆ ପ୍ଲେଇଂଗ ଇଲେଭେନ : ଶିଖର ଧାୱନ, କେଏଲ ରାହୁଲ, ବିରାଟ କୋହଲୀ, ଋଷଭ ପଂତ, ମନୀଷ ପାଣ୍ଡେ, କ୍ରୁଣାଲ ପାଣ୍ଡ୍ୟା, ୱାସିଂଗଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ଵର କୁମାର, ଦୀପକ ଚହର, ନବଦୀପ ସୈନୀ

ୱେଷ୍ଟଇଣ୍ଡିଜ ପ୍ଲେଇଂଗ ଇଲେଭେନ: କାର୍ଲୋସ ବ୍ରେଥୱେଟ, ଏବିନ ଲୁଇସ, ଜନ କୈଂପବେଲ, ନିକୋଲ୍ସ ପୂରନ, ଶିମରନ ହେଟମାୟର, ରବମ୍ୟାନ ପାୱେଲ, ସୁନୀଲ ନରେନ, କୀମୋ ପଲ,ଶେଲ୍ଡନ କଟରେଲ, ଓଶାନେ ଥମସ, ଫୈବିଯନ ଏଲନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.