Home ଜଗତସିଂହପୁର ଆବାସ ମେଳା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

ଆବାସ ମେଳା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

163

ଜଗତସିଂହପୁର-୨୬/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)-ଆଜି ମଧ୍ୟାହ୍ନରେ ଜଗତସିଂହପୁର ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆବାସ ମେଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି ଆବାସ ମେଳାରେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଜିଲ୍ଲାର ସମସ୍ତ କଚା ଘରକୁ ପକ୍କାଘରରେ ପରିଣତ କରାଯିବ। ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇବାକ୍ଷଣି ସଂଗେ ସଂଗେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ। ୪ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କଲେ କୋଡିଏ ହଜାର ଟଙ୍କା ଓ ୬ମାସ ମଧ୍ୟରେ ସଂପୂର୍ଣ୍ଣ କଲେ ଦଶ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଗରୀବ ଲୋକ ତାର ଅଧିକାରରୁ ଯେପରି ବଞ୍ଚିତ ନହୁଏ। ସେଥିପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି।ଜିଲ୍ଲାରେ ପ୍ରତିବର୍ଷ ବାତ୍ୟା ହେଉଥିବାରୁ ପ୍ରତ୍ୟେକ ପରିବାର ପାଇଁ କୋଠାଘରର ଆବଶ୍ୟକତା ରହିଛି।ଏହି ଆବାସ ମେଳାରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ଜିଲ୍ଲାପାଳ ଭାବେ ଯୋଗଦେବା ପରେ ଏମ୍ .ସି.ଏଚ୍ ବିଲ୍ ଡିଙ୍ଗ ନିର୍ମାଣ କାର୍ଯ୍ୟ, ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ କୁ ସଫା ସୁତୁରା, ନୂତନ ଟ୍ରାନ୍ ସ୍ ଫର୍ମର ସ୍ଥାପନ, ଟଏଲେଟ୍ ନିର୍ମାଣ ଏବଂ ଦୈାଡିବା ପାଇଁ ଏକ ରନିଙ୍ଗ ଟ୍ରାକ ନିମନ୍ତେ ଅର୍ଥ ମଂଜୁର କରିଛନ୍ତି। ୫୦ ଲକ୍ଷ ଟଙ୍କା ବ୍ୟୟରେ ଶାରଳା ମନ୍ଦିର ପୁଷ୍କରଣୀ ସଫା ଓ ଡ୍ରେନେଜ୍ ବ୍ୟବସ୍ଥା ନିମନ୍ତେ ଡ୍ରେନେଜ୍ ବିଭାଗକୁ କାର୍ଯ୍ୟ ହସ୍ତାନ୍ତର କରାଯାଇଛି ମନ୍ଦିର ପାଖରେ ଓ.ଟି.ଡି.ସି ଦ୍ୱାରା ନିର୍ମିତ ମାର୍କେଟ କମ୍ପେଲକ୍ସ ନିର୍ମାଣ ଶୀଘ୍ର ଶେଷ କରି ଉଦ୍ ଘାଟନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ପାଇଁ ଆସୁଥିବା ଆବେଦନ ପତ୍ର ଗୁଡିକ ଡିଜିଟାଇଜ୍ କରାଯାଇ ତୁରନ୍ତ ଜନସାଧାରଣଙ୍କ ସମସ୍ୟା ସମାଧାନ କରାଯିବ। ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଡ୍ରାଇଭିଂ ଲାଇସେନ୍ ପାଇଁ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ବସିବା ପାଇଁ ଚେୟାର, ପାନୀୟ ଜଳ ଓ ଟଏଲଟ୍ ବ୍ୟବସ୍ଥା ନିମନ୍ତେ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାରାଦ୍ୱୀପ ପୈାର ପରିଷଦ ଅଂଚଳରେ ମଲଟିପ୍ଲେକ୍ସ ସିନେମାହଲ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଜଗତସିଂହପୁର ପୈାରାଞ୍ଚଳରେ ୨୧ଟି ଓାର୍ଡ ପାଇଁ ୩୦ ଜଣ ସୁଇପର ସଫା ସୁତୁରା ପାଇଁ ନିୟୋଜିତ ହୋଇଥିବା ବେଳେ, ଏହି ସଂଖ୍ୟାକୁ ୧୦୦କୁ ବୃଦ୍ଧି କରାଯାଇ ମ୍ୟୁନିସ୍ ପାଲିଟିକୁ ଆବର୍ଜନାମୁକ୍ତ ପୈାରାଞ୍ଚଳରେ ପରିଣତ କରାଯିବ।ସରକାରୀ ଅଧିକାରୀ ଓ କର୍ମଚାରୀମାନେ ହେଡ୍ କ୍ୱାର୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଆମିôୟତା ଓ ଅଙ୍ଗିକାର ବଦ୍ଧତା ବଢିବ। ଖୁବ୍ ଶୀଘ୍ର ମା’ଶାରଳାଙ୍କ େଓବ୍ ପୋର୍ଟାଲ୍ ଖୋଲାଯାଇ ଜନ ସାଧାରଣଙ୍କ ନିମନ୍ତେ ସମସ୍ତତଥ୍ୟ ଉପଲବ୍ ଧ ହୋଇପାରିବ। ପ୍ରତ୍ୟେକ ମାସ ୨୯ ତାରିଖରେ ସି.ଆର. ସି, ସି ଓ ବି.ଆର.ସି.ସିଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଯାଇ ବିଦ୍ୟାଳୟ ଗୁଡିକର ସୁପରିଚାଳନା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏହି ଆବାସ ମେଳାରେ ଯୋଗଦେଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବିଜୟ ଲକ୍ଷୀ ବେହେରା କହିଲେ ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନି୍ୱତ ବେଗରେ କରିପାରିଲେ ସରକାରୀ ପ୍ରୋତ୍ସାହନ ରାଶିର ସୁଯୋଗ ନେଇ ପାରିବେ। ବି.ଡି.ଓ ଶ୍ରୀ ଲଗ୍ନଜିତ୍ ରାଉତ ଯୋଗଦେଇ କହିଲେ ପ୍ରାଇଓରିଟି ଲିଷ୍ଠ ଅନୁଯାୟୀ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରାଯାଉଛି। ଏହାବାଦ୍ ଯେଉଁମାନେ ବାଦ୍ ପଡିଛନ୍ତି ସେମାନଙ୍କ ଠାରୁ’କ’ ଫର୍ମରେ ଆବେଦନ ଗ୍ରହଣ କରାଯାଇ ଇନ୍ କ୍ୱାରୀ ଚାଲିଛି।୨୦୧୯-୨୦ବର୍ଷରେ ୫୬୬ ଟି ଘର ଯୋଗାଣ ନିମନ୍ତେ ଧାର୍ଯ୍ୟ କରାଯାଇ ୩୬୯ଜଣଙ୍କୁ ରେଜିଷ୍ଟି୍ରଭୁକ୍ତ କରାଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ୧, ୨୦, ୦୦୦ଟଙ୍କା ପର୍ଯ୍ୟାୟ କ୍ରମେ ଯୋଗାଇ ଦିଆଯିବ। ଏତଦ୍ ବ୍ୟତୀତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନାରେ ୯୦ ଦିନର ଅଣ କୁଶଳୀ ମଜୁରୀ ବାବଦରେ ୧୬, ୯୨୦ ଟଙ୍କା ପ୍ରଦାନ କରାଯିବ। ଆଜିର ଆବାସ ମେଳାରେ ବିଧାୟକ, ଜିଲ୍ଲାପାଳ, ପଂଚାୟତ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷାମାନେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ସହିତ ଅଗ୍ରୀମ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ମେଳାରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମଂଜୁଲତା ମଲ୍ଲିକ, ଶୀ ଜଗନ୍ନାଥ ମୁଦୁଲି, ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା, ଶ୍ରୀ ମନୋଜ ଭୋଇ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଓ ସମିତିସଭ୍ୟ, ହିତାଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବ୍ଲକ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଶେଷରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.