Home ଓଡ଼ିଶା ସୁରକ୍ଷା ବଳଙ୍କ ଗୁଳିରେ ତିନି ମହିଳା ମାଓବାଦୀଙ୍କ ସମେତ ସାତ ମୃତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

ସୁରକ୍ଷା ବଳଙ୍କ ଗୁଳିରେ ତିନି ମହିଳା ମାଓବାଦୀଙ୍କ ସମେତ ସାତ ମୃତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

134

ବସ୍ତର ୨୭-୭ (ଓଡ଼ିଆ ପୁଅ) ଶନିବାରଦିନ ବସ୍ତର ଜିଲ୍ଲାର ନଗରନାର ଥାନା ଅନ୍ତର୍ଗତ ତିରିୟା ଗ୍ରାମର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀମାନଙ୍କ ଗୁଳି ବିନିମୟରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ତିନିଜଣ ମହିଳା ଅଛନ୍ତି। ଏସଟିଏଫ ଏବଂ ଡିଆରଜିର ସଂଯୁକ୍ତ ଦଳ ଗତ ଦୁଇ ଦିନହେବ ନକ୍ସଲ ବିରୋଧୀ ଅଭିଯାନରେ ଥିଲେ। ପୁଲିସ୍ ଅନୁଯାୟୀ ଆଜି ଯେତେବେଳେ ପୁଲିସ୍ ଦଳ ଦଳ ନଗରନାର ଏବଂ ଦରଭା ମଧ୍ୟରେ ଥିବା ତିରିୟା ଗ୍ରାମ ଜଙ୍ଗଲରେ କୁମ୍ବି ଅପରେସନ୍ ରେ ଯାଇଥିଲେ ସେତେବେଳେ ମାଓବାଦୀମାନେ ପୁଲିସ ଉପରକୁ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ତା’ର ପାଲଟା ଜବାବୀ ଗୁଳି ପୁଲିସ ତରଫରୁ କରାଯାଇଥିଲା। କିଛି ସମୟ ଦୁଇପଟରୁ ଗୁଳି ବିନିମୟ ପରେ କିଛି ନକ୍ସଳ ଦୌଡ଼ି ପଳାଇଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ ଜଣ ପୋଲିସ୍ ଗୁଳିରେ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତିନିଜଣ ମହିଳା ମାଓବାଦୀ ଅଛନ୍ତି।

ଗୁଳି ବିନିମୟ ପରେ ପୁଲିସ ଘଟଣାସ୍ଥଳର ତଲାସି ଅଭିଯାନ ଆରମ୍ଭ କରିଥିଲା। ସେତେବେଳେ ସେଠାରେ ତିନିଜଣ ମହିଳା ମାଓବାଦୀଙ୍କ ସମେତ ସାତଜଣ ମାଓବାଦୀଙ୍କର ଶବ, ଗୋଟିଏ ଇଂସାସ ରାଇଫଲ, ୦.୩୦୩ ରାଇଫଲ ଏବଂ ବହୁମାତ୍ରାରେ ବନ୍ଧୁକ ଏବଂ ଦେଶୀ ହତିଆର ଜବତ କରାଯାଇଛି। ମୃତ ମାଓବାଦୀମାନଙ୍କର ପରିଚୟ ପାଇଁ ଚେଷ୍ଟା ଚାଲିଛି। ସେହି କ୍ଷେତ୍ରରେ ମାଓବାଦୀମାନଙ୍କ ବିରୁଦ୍ଧରେ ପୋଲିସ୍ ର ଅଭିଯାନ ଜାରୀଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.