Home ଓଡ଼ିଶା ଆଜି ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ବସିବ ଅନୌପଚାରିକ ବୈଠକ

ଆଜି ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ବସିବ ଅନୌପଚାରିକ ବୈଠକ

133

ନୂଆଦିଲ୍ଲୀ,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଫିଶରମ୍ୟାନସ କେଭ ରିସୋର୍ଟଠାରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ବସିବ ।  ଆଲୋଚନା ପରେ ମୋଦି ଜିନପିଙ୍ଗଙ୍କୁ ମଧ୍ୟାହ୍ନ ଭୋଜନରେ ଅପ୍ୟାୟିତ କରିବେ । ତେବେ ଗତକାଲି ଚେନ୍ନାଇର ମହାବଳୀପୁରମରେ ଦୁଇ ଶକ୍ତିଶାଳୀ ନେତା ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା ।ପିଏମ ମୋଦି ଚିନ୍‌ ରାଷ୍ଟ୍ରପତିଙ୍କୁ ସମ୍ମାନର ସହ ଡିନରରେ ଆପାୟିତ କରିଥିଲେ । ମୋଦିଙ୍କ ନିମନ୍ତ୍ରଣରେ ଜିନପିଙ୍ଗ ଡିନରରେ ସାଉଥ ଇଣ୍ଡିଆନ୍‌ ଥାଳି, ରାଜମା-ବିରିୟାନି ନେଇଥିଲେ ।

ଧୋତି ଏବଂ ଶାର୍ଟ ପିନ୍ଧିବା ସହ କାନ୍ଧରେ ଉତ୍ତରୀୟ ଆଦି ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକ ପିନ୍ଧା ମୋଦି ଜିନପିଙ୍ଗଙ୍କୁ ମହାବଳୀପୁରମର ବେଶ କିଛି ଐତିହ୍ୟ ବୁଲାଇଥିଲେ । ଏହି ଦୁଇ ରାଷ୍ଟ୍ର ନେତା ପ୍ରସିଦ୍ଧ ଅର୍ଜୁନ ପ୍ରାୟଶ୍ଚିତ ସ୍ଥଳ, ପଞ୍ଚରଥ ଏବଂ ଶୋର ମନ୍ଦିର ଆଦି ବୁଲି ଦେଖିଥିଲେ । ଏଠାରେ ପରସ୍ପର ସହିତ ହାତ ମିଳାଇ ଫଟୋ ଉଠାଇଥିଲେ । ମହାବଳୀପୁରମର କୀର୍ତ୍ତିରାଜି ସବୁ ୟୁନେସ୍କୋ ଦ୍ୱାରା ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.