Home Top News ଆଜି ପହିଲି ରଜ : ପଲ୍ଲୀଠାରୁ ଦିଲ୍ଲୀ ଉତ୍ସବ ମୁଖର

ଆଜି ପହିଲି ରଜ : ପଲ୍ଲୀଠାରୁ ଦିଲ୍ଲୀ ଉତ୍ସବ ମୁଖର

38

ନୂଆଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଆଜି ପହିଲି ରଜ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଓଡ଼ିଶାର ପୁରପଲ୍ଲୀରେ ପହିଲି ରଜରେ ଘରେ ଘରେ ଜମିଛି ପିଠା ପଣାର ଆସର। ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ସମେତ ନୂଆଦିଲ୍ଲୀରେ ମଧ୍ୟ ବିଭିନ୍ନ ଅନୁଷ୍ଠାନଗୁଡ଼ିକ ପାଳୁଛନ୍ତି ରଜ। ଓଡ଼ିଆ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ପରମ୍ପରାକୁ ସମୃଦ୍ଧ, ରୁଚିପୂର୍ଣ୍ଣ ଓ ସୁନ୍ଦର କରିବା ପାଇଁ ରଜ ପୁଣିଥରେ ଆସିଛି ରଜ। ୩ ଦିନ ଧରି ଚାଲିବ ରଜ ମହୋତ୍ସବ। ମୌସୁମୀର ଏହି ଶୁଭ ଆଗମନରେ ମାଟିର ଭିଜିବ। ଆଉ ଗାଁ ଦୋଳି, ପୋଡ଼ ପିଠା, ରଜ ପାନ ସହିତ ରଜ ପାଇଁ ସଜ ହେଉଛି କୁଆଁରୀ ମନ। ଏ ସମୟ ହେଉଛି ଦୋଳି ଖେଳର, ରଜ ଦୋଳିର, ଧରିତ୍ରୀମାତା ପୂଜାର।

ସକାଳୁ ସକାଳୁ ଓଡ଼ିଆ କୁଆଁରୀମାନେ ନୂଆ ପୋଷାକ ପିନ୍ଧି ପିଠାପଣା ଖାଇ ରଜଦୋଳିର ମଜା ନେଉଥିବାର ଦେଖାଯାଉଛି। ଗାଁଠୁ ସହର ସବୁଠି ରଜ ଉପଲକ୍ଷେ ବିଭିନ୍ନ ସାଂସ୍ଖୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି। ସହରମାନଙ୍କରେ ବିଭିନ୍ନ ସ୍ଥାନରେ ଏବେ ରଜ ପୋଡପିଠା ସହିତ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ସହ ରଜପାନ ମଧ୍ୟ ଉପଲବ୍ଧ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.