Home ଓଡ଼ିଶା ଆଜିଠୁ ଭାରତ ବଜାରରେ ଆରମ୍ଭ ହେଲା ବିକ୍ରି

ଆଜିଠୁ ଭାରତ ବଜାରରେ ଆରମ୍ଭ ହେଲା ବିକ୍ରି

1913

ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): Mi A3 ମୋବାଇଲ୍ ର ବିକ୍ରି ଆଜି ଭାରତରେ ଆରମ୍ଭ ହେଉଛି । ଗ୍ରାହକ ଏହି ସ୍ମାର୍ଟଫୋନ୍ କୁ ଆମାଜନ୍ ଇଣ୍ଡିଆ,ସାଓମୀ ୱେବସାଇଟ୍ ଏବଂ ଏମଆଇ ହୋମ୍ ଷ୍ଟୋରରେ କିଣି ପାରିବେ । ସାଓମୀ ନିକଟରେ ଭାରତରେ Mi A2 ର ଅପଗ୍ରେଡ୍ ହିସାବରେ Mi A3 କୁ ଲଞ୍ଚ କରିଛି । ଏହି ଫୋନ୍ ଷ୍ଟକ୍ ଆଣ୍ଡ୍ରଏଡ୍ ରେ ଚାଲିଥାଏ ଏବଂ ଏଥିରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । Mi A3 ର ଏହି ୪ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିଏଂଟ ର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି । ଅନ୍ୟପଟେ ୬ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଂଟ ର ମୂଲ୍ୟ ୧୫,୯୯୯ ଟଙ୍କା ରଖାଯାଇଛି ।

ଦୁଇଟି ଯାକ ଫୋନ୍ କୁ ଗ୍ରାହକ ମାନେ ନା କେବଳ ବ୍ଳୁ, ବରଂ ଧଳା ଏବଂ ଗ୍ରେ କଲରରେ ମଧ୍ୟ କିଣିପାରିବେ । Mi A3 ର ବିକ୍ରି ଦ୍ବିପ୍ରହର ୧୨ଟା ଠାରୁ ଆରମ୍ଭ ହୋଇଯିବ । ଏହାର ଲଞ୍ଚ ସମୟରେ କମ୍ପାନୀ ସୂଚନା ଦେଇଥିଲା କି ଖୁବ୍ ଶିଘ୍ର ଅଫଲାଇନ ଷ୍ଟୋରରେ ମଧ୍ୟ ଏହା ଉପଲବ୍ଧ ହେବ ।

ସେଲ ଅଫର୍ସ ବିଷୟରେ କଥା ହେଲେ, Mi A3 ସହିତ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୭୫୦ ଟଙ୍କା କ୍ୟାସବ୍ୟାକ୍ ମିଳୁଛି । ଏହା ସହିତ ଇଏମଆଇ ଟ୍ରାଜାକସନ୍ ରେ ଗ୍ରାହକ ୨୫୦ଟଙ୍କାର ଅତିରିକ୍ତ ରିହାତି ମଧ୍ୟ ମିଳିବ। ଏହା ସହିତ ଏୟାରଟେଲ୍ ଗ୍ରାହକ ୨୪୯ ଟଙ୍କାର ରିଚାର୍ଜରେ ଡବଲ ଡାଟା ଏବଂ ଅନଲିମିଟେଡ୍ କଲିଙ୍ଗ ମଧ୍ୟ ପାଇବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.