Home ଓଡ଼ିଶା ଆକ୍ସନ ମୋଡରେ ମନ୍ତ୍ରୀ ପ୍ରତାପ ଜେନା

ଆକ୍ସନ ମୋଡରେ ମନ୍ତ୍ରୀ ପ୍ରତାପ ଜେନା

143

ଭୁବନେଶ୍ୱର,୦୩/୧୦,(ଓଡ଼ିଆ ପୁଅ ପି ନାଏକ): ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି  ‘ମୋ ସରକାର’ ଯୋଜନା । ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଠିକ୍‌ ପରଦିନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଚାନକ ସରକାରୀ ଡାକ୍ତରଖାନା ପରିଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମେଡିକାଲ ଉପରେ ମନ୍ତ୍ରୀ ଅଚାନକ ପରିଦର୍ଶନ କରିଛନ୍ତି । ହସ୍ପିଟାଲ ପରିସରରେ ପ୍ରବେଶ କରି ସେ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ମତାମତ ନେଇଛନ୍ତି । ଏହା ସହ ମେଡିକାଲକୁ ଡାକ୍ତର ସଠିକ୍‌ ସମୟରେ ଆସୁଛନ୍ତି କି ନାହିଁ ସେନେଇ ମଧ୍ୟ ତଦାରଖ କରିଛନ୍ତି । ଡାକ୍ତରଖାନାରେ ନିରାମୟ ଯୋଜନାରେ ମାଗଣା ଔଷଧ ବଣ୍ଟନ ହେଉଛି କି ନାହିଁ ତାହା ମଧ୍ୟ ତଦାରଖ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.