Home ଓଡ଼ିଶା କୋଟିପତି ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ;କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

କୋଟିପତି ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ;କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

239

ଭୁବନେଶ୍ୱର ୩ା୧୦(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଭୁବନେଶ୍ୱର ୟୁନିଟ୍-୬ର ସହକାରୀ ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ରେର୍ଡ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠିଳ କରିବା ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେର୍ଡ କରାଯାଇଛି। ଶ୍ରୀମତୀମହାନ୍ତି ୧୯୮୯ ମସିହାରୁ ଶିକ୍ଷୟତ୍ରୀ ଭାବେ ସରକାରୀ ଚାକିରୀରେ ଯୋଗଦାନ କରି ୨୦୦୯ ମସିହାରେ ଭୁବନେଶ୍ୱର ସିଟି ସ୍କୁଲରେ ଯୋଗଦାନ କରି ୯ ବର୍ଷ ମଧ୍ୟରେ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରି ଭୁବନେଶ୍ୱରର(୯ଟି ପ୍ଲଟ) ଏକାଧିକ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କାର ନିଜ ନାମରେ ଜାଗା କିଣିବା ସହ ଦୁଇଟି ବିଳାସ ପୂର୍ଣ୍ଣ ଘର ଥିବା ତଦନ୍ତ କରୁଥିବା ଭିଜିଲାନ୍ସ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି। ଦୁଇଟି ଘର ମଧ୍ୟରୁ ଗୋଟିଏ ଉତ୍ତରା ଶାସନରେ ଯାହାର ଆନୁମାନିକ ମୂଲ୍ୟ-୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ୯ଟି ପ୍ଲଟ ମଧ୍ୟରୁ ଗୋଟିଏ ପ୍ଲଟ ସୁନ୍ଦର ପଦାରେ ଯାହାର ମୂଲ୍ୟ-୪୭ ଲକ୍ଷ ହେବ ବୋଲି ତଦନ୍ତ କରୁଥିବା ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି। ଅନେକ ଗୁଡିଏ ବ୍ୟାଙ୍କରେ ଟଙ୍କା ଶିକ୍ଷୟତ୍ରୀ ଙ୍କ ନାମରେ ରହିଛି। ସେଥିମଧ୍ୟରୁ ଗୋଟିଏ ବ୍ୟାଙ୍କରେ ୩୨ ଲକ୍ଷ ଟଙ୍କା ଓ ଆଉଗୋଟିଏ ଏକାଉଣ୍ଟରେ ୪ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ନାମରେ ୧୮ଟି ଏଲ.ଆଇ.ସି ବଣ୍ଡରେ ୨୫ ଲକ୍ଷ ଟଙ୍କା ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ସମୟରେ ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେର୍ଡ ଚାଲଇଥିବାରୁ ସମସ୍ତ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ଜଣେ ଶିକ୍ଷୟତ୍ରୀ କମ ବେତନ ପାଉଥିବା ବେଳେ ଏତେ ସମ୍ପତ୍ତିର ଅଧିକରୀଣି ହେଲେ କିପରି ବୋଲି ଭିଜିଲାନ୍ସ ଟିକ୍ ନିଖ୍ ତଦନ୍ତ ଜଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.