Home ଓଡ଼ିଶା ଅରଣ୍ୟ ଭବନ ପରିସରରେ ବିଶାଳ ଜାତୀୟ ପତାକା ଉତ୍ତୋଳନ

ଅରଣ୍ୟ ଭବନ ପରିସରରେ ବିଶାଳ ଜାତୀୟ ପତାକା ଉତ୍ତୋଳନ

28

ଭୁବନେଶ୍ଵର ୧୨/୦୮ (ଓଡ଼ିଆ ପୁଅ) ଦେଶବ୍ୟାପି ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଏବଂ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ଆଜି ପୂର୍ବାହ୍ନରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ସ୍ଥାପନା ସହିତ ୩୬ ଫୁଟX୨୪ ଫୁଟ ଆକାରର ବିଶାଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ଏହି ବିଶାଳ ଜାତୀୟ ପତାକାକୁ ପାରମ୍ପରିକ ରୀତିରେ ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ବନ ବିଭାଗର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଶିଶିର କୁମାର ରଥ, କେନ୍ଦୁପତ୍ର ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସୁଶୀଳ କୁମାର ପପୁଲିଙ୍କ ସହିତ ବନ ବିଭାଗର ବିଭିନ୍ନ ଅଧିକାରୀ, କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ମୁଖ୍ୟ ଦପ୍ତରର ବନ ସଂରକ୍ଷକ ଶ୍ରୀ ହର୍ଷ ବର୍ଦ୍ଧନ ଉଦଗାତା ଓ ଉପ ବନ ସଂରକ୍ଷକ ଶ୍ରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ନିର୍ମାଣ କରା ଯାଇଥିଲା। ଏହି ଉତ୍ସବରେ ସମାନ୍ନିତ ଅତିଥି ରାଜୀବ କୁମାର (Chairman Biodiversity Board) ଓ ଘାଟିକିଆ ସ୍ଥିତ ବନପାଳ ପ୍ରଶିକ୍ଷଣ ବିଦ୍ୟାଳୟର ଶିକ୍ଷା ନବିଶଗଣ ସାମୁହିକ ସାଲ୍ୟୁଟ ଦେବା ସହିତ ଜାତୀୟ ସଂଗୀତ ଗାନ କରା ଯାଇଥିଲା।

ଏହି ବିଶାଳ ରାଷ୍ଟ୍ରୀୟ ଧ୍ୱଜଟି ବର୍ଷସାରା ଦିବାରାତ୍ରି ମୁଖ୍ୟ ଦପ୍ତର ପରିସରରେ ସ୍ଥାୟୀ ଭାବେ ଉଡିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.