Home ଅନୁଗୁଳ ହିଙ୍ଗୁଳା ମନ୍ଦିରରେ ପୂଜାର୍ଚ୍ଚନା ଓ ତ୍ରିରଙ୍ଗା ଶୋଭାଯାତ୍ରା

ହିଙ୍ଗୁଳା ମନ୍ଦିରରେ ପୂଜାର୍ଚ୍ଚନା ଓ ତ୍ରିରଙ୍ଗା ଶୋଭାଯାତ୍ରା

30

ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ସମିତି ତାଳଚେର ଖଣ୍ଡ ପକ୍ଷରୁ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯିବା ପରେ ତ୍ରିରଙ୍ଗା ପତାକା ଧରି ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମିତି ପକ୍ଷରୁ ମନ୍ଦିରରେ ୭୫ଟି ଦୀପ ପ୍ରଜ୍ୱଳନ କରାଯାଇ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ଏ ଅଂଚଳର ପଂଚସଖା ସଂଗ୍ରାମୀ ଯଥା-ପୋଇପାଳ ଗ୍ରାମର ପବିତ୍ର ମୋହନ ପ୍ରଧାନ, ହାଣ୍ଡିଧୂଆର ମାଗୁଣି ପ୍ରଧାନ, ବନ୍ତୋଲ ଗ୍ରାମର କୃତିବାସ ରଥ, ବିଜିଗୋଳ ଗ୍ରାମର ଦାଶରଥି ପାଣି, ବୁରୁକୁନା ଗ୍ରାମର ଗୌରହରି ପ୍ରଧାନ ଏବଂ ଅନ୍ୟ ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଇଥିଲା। ହିଙ୍ଗୁଳା ପୀଠ ଠାରେ ରାଜେନ୍ଦ୍ର ସିଂହ ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାପରେ ତ୍ରିରଙ୍ଗା ପତାକା ଧରି ଶହ ଶହ ସଦସ୍ୟ ମୋଟର ସାଇକେଲ ଶୋଭାଯାତ୍ରାରେ ହିଙ୍ଗୁଳା ପୀଠରୁ ବାହାରି କଳମଛୁଇଁ, ଭରତପୁର ଛକ, ସାଉଥ୍ ବଲଣ୍ଡା, ଘଣ୍ଟପଡା, ମା କାଳୀ ମନ୍ଦିର ଛକ, ଡେରା ଛକ ଦେଇ ବିଭିନ୍ନ ଗ୍ରାମ ପରିକ୍ରମା କରି ତାଳଚେର ଜଗନ୍ନାଥ ମନ୍ଦିରରେ ସମାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମିତିର ସଂଯୋଜକ ଶ୍ରୀକାନ୍ତ କୁମାର ବିଶ୍ୱାଳ, ସହ ସଂଯୋଜକ ମନୋଜ ପ୍ରଧାନ ଓ ନିରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ତିନି ଦିନ ଧରି ତାଳଚେରରେ ସମସ୍ତ ଜନସାଧାରଣ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ଗିରିଧାରୀ ଶତପଥି ନିବେଦନ କରିଥିଲେ ଏବଂ ସମସ୍ତଙ୍କ ଘରେ ଅଗଷ୍ଟ ୧୫ ରିଖ ଦିନ ସକାଳ ଘ.୬.୩୦ମି. ରେ ବନ୍ଦେ ମାତରମ୍ ଗାନ କରିବାକୁ ଆଗ୍ରହ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଗଗନ ସାହୁ, ମାନସ ସାହୁ, ହିମାଂଶୁ ଶେଖର ସାହୁ, ହରମୋହନ ମିଶ୍ର, ସମାଜସେବୀ ବିଭୁତି ସାହୁ, ଘଣ୍ଟପଡା ସମିତିସଭ୍ୟ କରୁଣାକର ସାହୁ, ଭୁବନାନନ୍ଦ ପ୍ରଧାନ, ପ୍ରଧାନଆଚାର୍ଯ୍ୟ ମାୟାଧର ସାହୁ, ଡେରା ସରପଂଚ ଗିତିଶ ପ୍ରଧାନ, ବଜରଙ୍ଗ ଦଳର ସିଦ୍ଧେଶ୍ୱର ସାହୁ ଓ ଶ୍ରୀନିବାସ ଖୁଣ୍ଟିଆ, ରଙ୍ଗାଧର ନାହାକ ପ୍ରମୁଖଙ୍କ ସକ୍ରୀୟ ସହଯୋଗରେ ଶତାଧିକ କାର୍ଯ୍ୟକର୍ତାଙ୍କ ସହ ସୂଚାରୂ ରୂପେ ସମ୍ପାଦନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.