Home କନ୍ଧମାଳ ଅବ୍ୟବସ୍ଥା ଘେରରେ ସାରଙ୍ଗଡ଼ ହାଇସ୍କୁଲ ୨୭୩ ଜଣ ପିଲାଙ୍କ ନିମନ୍ତେ ମାତ୍ର ୩ ଜଣ ଶିକ୍ଷକ...

ଅବ୍ୟବସ୍ଥା ଘେରରେ ସାରଙ୍ଗଡ଼ ହାଇସ୍କୁଲ ୨୭୩ ଜଣ ପିଲାଙ୍କ ନିମନ୍ତେ ମାତ୍ର ୩ ଜଣ ଶିକ୍ଷକ : ପୁରାତନ ଛାତ୍ର ସଂଘର ବୈଠକ

97

ବାଲିଗୁଡ଼ା୧୧ା୯(ଓଡିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଶିକ୍ଷାର ଗୁଣାତ୍ମକ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟରେ ୨୭୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ କରିବା ନିମନ୍ତେ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ, ଏପରିକି ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଦିର୍ଘ ଦିନ ଧରି ଖାଲି ପଡ଼ିଛି। ଏସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ପରିଚାଳନା କମିଟି ଓ ଅଭିଭାବକ ମାନେ ବାରମ୍ବାର ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ମୌଖିକ ଓ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା କୌଣସି ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଥିପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ଏକ ଜରୁରୀ କାଳନୀ ବୈଠକ ଡକାଯାଇ ଏଥିରେ ସଂଘର ଉପ ସଭାପତି ରମାକାନ୍ତ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଦ୍ୟାଳୟର ସମସ୍ତ ଅଭାବ ଅସୁବିଧା ସମସ୍ୟା ସହ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା, ଏ ସମସ୍ତ ବିଷୟ ଲିଖିତ ଆକାରରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ବାଲିଗୁଡ଼ା, ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଭାଗୀୟ ସମସ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ନିଷ୍ପତ୍ତି ମଧ୍ୟରେ ଆଗାମୀ ୧୫ ଦିନ ମଧ୍ୟରେ ଏହି ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ଆବଶ୍ୟକୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ପୁରଣ କରା ନଯାଏ, ତେବେ ବାଧ୍ୟ ହୋଇ ଏହି ହାଇସ୍କୁଲ ଉପରେ ନିର୍ଭର କରୁଥିବା ସାରଙ୍ଗଡ଼, ବଣ୍ଡଗୁଡ଼ା, ଜିରିଡ଼ିକିଆ, ଗ୍ରାମ ପଞ୍ଚାୟତରେ ଶତାଧିକ ଅଞ୍ଚଳବାସୀ ଏକତ୍ରିତ ହୋଇ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନ.୦ୀ ଦିଆଯାଇଥିବା ବିଷୟ ଶ୍ରୀପାତ୍ର ପ୍ରକାଶ କରିଛନ୍ତି। ଏହି ବୈଠକରେ ସାରଙ୍ଗଡ଼ ସରପଞ୍ଚ ଅହଲ୍ୟା ପ୍ରଧାନ, ସମିତିସଭ୍ୟ ଜୟସେନ ପୂଜାରୀ, ବଣ୍ଡଗୁଡ଼ା ସରପଞ୍ଚ ସଙ୍ଗିତା ନାୟକ, ପୁରାତନ ଛାତ୍ର ମାନଙ୍କ ତରଫରୁ ଡମ୍ବୁରୁଧର ପାତ୍ର, ସହଦେବ ପାତ୍ର, ଦିଲିପ ପୂଜାରୀ, ବସନ୍ତ ପୂଜାରୀ, ରମେଶ ପ୍ରଧାନ, ଅମିତ କୁମାର ବିଷୋୟୀ, ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ବୁଦ୍ଧିଜୀବି ଶ୍ୱେତାବନ ପୂଜାରୀଙ୍କ ସମେତ ଶତାଧିକ ଜନସାଧାରଣ ବୁଦ୍ଧିଜୀବି ଓ ଅଭିଭାବକ ଉପସ୍ଥିତ ଥିଲେ। ଶେଷରେ ରାକେଶ କୋଠଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.