Home ଓଡ଼ିଶା ଅନୁଚ୍ଛେଦ ୩୭୦ ଉପରେ ଅମିତ ଶାହାଙ୍କ କଣ ମନ୍ତବ୍ୟ

ଅନୁଚ୍ଛେଦ ୩୭୦ ଉପରେ ଅମିତ ଶାହାଙ୍କ କଣ ମନ୍ତବ୍ୟ

434

ନୂଆଦିଲ୍ଲୀ, ୦୫/୦୮: ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଜାମ୍ମୁକାଶ୍ମୀର ଉପରୁ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରାଯାଇଥିଲା । ଏନେଇ ରାଜ୍ୟସଭାରେ ବକ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ ।

ଅମିତ ଶାହା ବକ୍ତବ୍ୟ ଦେଇ କହିଛନ୍ତି ଯେ ୩୭୦ଧାରା ହଟାଇବାକୁ ନେଇ କିଛି ସଦସ୍ୟ ଶଙ୍କିତ ଅଛନ୍ତି । ୩୭୦ ଧାରା ଯୋଗୁଁ ଘାଟିର ଲୋକଙ୍କର ଅନେକ କ୍ଷତି ଘଟାଇଛି । ଜାମ୍ମୁକାଶ୍ମୀର ଲୋକଙ୍କ ଅନେକ କ୍ଷତି ମଧ୍ୟ ଘଟାଇଛି । ଧାରା ୩୭୦ ହଟାଇବା ସହ ରକ୍ତପାତ ଯୁଗର ଅନ୍ତ ଘଟିଛି ବୋଲି ଅମିତ ଶାହା କହିଛନ୍ତି । ଜାମ୍ମୁ କାଶ୍ମୀର ବିକାଶର ବାଧକ ସାଜିଥିଲା ଧାରା ୩୭୦ । ୩୭୦ ଧାରା ଆତଙ୍କବାଦୀ, ମହିଳା, ବିକାଶର ପ୍ରତିବନ୍ଧକ ଅଟେ । ଆହୁରି ମଧ୍ୟ କହିଛନ୍ତି ୩୭୦ଧାରା ଯୋଗୁଁ ଜାମ୍ମୁକାଶ୍ମୀର ଭ୍ରଷ୍ଟାଚାର ବଢ଼ିଥିଲା । ଧାରା ଉଚ୍ଛେଦ ପରେ ସହ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି ।

୭୦ବର୍ଷ ଧରି ସରପଞ୍ଚ ଅଧିକାର କ୍ଷୁର୍ଣ୍ଣ ହେଉଥିଲା । ଜାମ୍ମୁକାଶ୍ମୀରରେ କେବଳ ମୁସଲମାନ ନୁହେଁ ସବୁ ଧର୍ମ ରହିଛି ।ସେଠାରେ ଲୋକେ ଗଣତନ୍ତ୍ର ପ୍ରତିଷ୍ଠା ଚାହାନ୍ତି । ଶେଷକୁ କହିଛନ୍ତି ଆମେ ଧର୍ମକୁ ନେଇ ରାଜନୀତି କରୁନାହୁଁ ଏବଂ ରାଜନୀତିରୁ ଉପରକୁ ଉଠି ସରକାର ଏହିପରି ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.