Home ଓଡ଼ିଶା କୋଇଲା ଖଣିରୁ ଆଉ ଏକ ମୃତ ଦେହ ଉଦ୍ଧାର

କୋଇଲା ଖଣିରୁ ଆଉ ଏକ ମୃତ ଦେହ ଉଦ୍ଧାର

301

ତାଳଚେର,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ତାଳେଚେର ଭରତପୁର କୋଇଲା ଖଣିରୁ ଉଦ୍ଧାର ହୋଇଛି ଆଉ ଜଣେ ଶ୍ରମିକଙ୍କ ମୃତଦେହ। ସୁରକ୍ଷାକର୍ମୀଙ୍କ ମୃତଦେହ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୂର୍ବରୁ ଗୋଡ଼ ଓ ଶରୀରର କିଛି ଅଂଶ ଉଦ୍ଧାର ହୋଇଥିଲା। ଆଜି ସଂପୂର୍ଣ୍ଣ ଶରୀର ମାଟି ତଳୁ ଉଦ୍ଧାର କରାଯାଇଛି। ଏହାକୁ ମିଶାଇ ମୋଟ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏବେବି କୋଇଲା ପାହାଡ ଭିତରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ ୨୪ ତାରିଖରେ ତାଳଚେର ସ୍ଥିତ ଭରତପୁର କୋଇଲା ଖଣି ଭିତରେ ୧୩ ଜଣ ଶ୍ରମିକ କାମ କରୁଥିଲେ । ଡମ୍ପିଂ ୟାର୍ଡ କାନ୍ଥ ଭୁଶୁଡ଼ି ପଡିବାରୁ କୋଇଲା ଖଣିରେ ଦୁର୍ଘଟଣା ହୋଇଥିଲା । ୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ଚାପି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.