Home ଜିଲ୍ଲା ପରିକ୍ରମା ଅଧରପଣା ପାଇଁ ପ୍ରସ୍ତୁତ ହେଉଛି ଅଧରହାଣ୍ଡି

ଅଧରପଣା ପାଇଁ ପ୍ରସ୍ତୁତ ହେଉଛି ଅଧରହାଣ୍ଡି

158

ପୁରୀ, ୨୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରଥାରୂଢ ମହାପ୍ରଭୁ ଙ୍କର ସୁନାବେଶ ପର ଦିନ ଅର୍ଥାତ୍ ଆଷାଢ ଶୁକ୍ଲ ତୃତୀୟା ତିଥି ରେ ଅଧରପଣା ସମର୍ପଣ କରାଯିବ। ସେଥିପାଇଁ କିମ୍ଭାରପଡା ରେ କୁମ୍ଭକାର ସେବକ ଲାଗି ପଡିଛନ୍ତି ଅଧରହାଣ୍ଡି ପ୍ରସ୍ତୁତି ରେ। ଏହି ହାଣ୍ଡି ପାରମ୍ପରିକ ଶୈଳୀ ରେ ପ୍ରସ୍ତୁତ କରାଯାଇଥାଏ। ଏହାର ଉଚ୍ଚତା ୪ ଫୁଟ୍ ୬ ଇଂଚି ବୋଲି କୁମ୍ଭକାର ସେବାୟତ ପ୍ରକାଶ କରିଛନ୍ତି। ତେବେ ତିନି ଠାକୁର ଙ୍କର ଅଧର ଉଚ୍ଚ ପର୍ଯ୍ୟନ୍ତ ଏହି ହାଣ୍ଡି ନିର୍ମାଣ କରାଯାଇଥିବା ରୁ ଏହାର ଉଚ୍ଚତା ଗୋପନ ରଖାଯାଇଥାଏ। ପ୍ରତି ଠାକୁରଙ୍କ ପାଇଁ ୩ ଟି ଲେଖାଏଁ ଅଧର ହାଣ୍ଡି ନିର୍ମାଣ କରାଯାଇଥାଏ। ଏହି ଅଧର ହାଣ୍ଡିର ନିର୍ମାଣ ଶୈଳୀ ନିଆରା। ବାଇହାଣ୍ଡି ଭଳି ପ୍ରଥମେ ଏହାକୁ ଚକରେ ଗଢାଯାଇ ଶୁଖାଯାଇଥାଏ। ପରେ ଏହାକୁ ବାଡିଆ ଯାଇଥାଏ। ମାଟିର ପିଣ୍ଡ ଓ କାଠର ପିଟଣା ରେ ଏହାକୁ ବାଡିଆଯାଇ ମାପ ଅନୁସାରେ ଏହାର ଉଚ୍ଚତା କଟାଯାଇ ଭାଟି ରେ ରଖାଯାଇ ଯୋଡାଯାଇଥାଏ। ସୂଚନା ଯୋଗ୍ୟ ପ୍ରତ୍ୟେକ ଠାକୁରଙ୍କ ଦକ୍ଷିଣପାର୍ଶ୍ୱ ବଡ ଓଡିଆ ମଠ, ବାମପାର୍ଶ୍ୱ ରାଘବ ଦାସ ମଠ ଓ ମଝିହାଣ୍ଡି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ ଏହି ଅଧର ହାଣ୍ଡି ନିର୍ମାଣ କାର୍ଯ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.