Home ଓଡ଼ିଶା ଅଜଣା ଜନ୍ତୁ କାମୁଡାରେ ଯୁବକଙ୍କ ମୃତ୍ୟୁ

ଅଜଣା ଜନ୍ତୁ କାମୁଡାରେ ଯୁବକଙ୍କ ମୃତ୍ୟୁ

234

ନୟାଗଡ/୧୪/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ଥାନା ବାଦଭୁଇଁ ଗ୍ରାମର ପ୍ରତାପ କୁମାର ମହାରଣାଙ୍କର ଏକ ଅଜଣା ଜନ୍ତୁ କାମୁଡାରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ତାଙ୍କ ପୁତ୍ର ରାକେଶ ମହାରଣାଙ୍କ କହିବା ଅନୁଯାୟୀ ପ୍ରତାପ ମହାରଣା ସକାଳୁ ନିଜ ଘର ବାଡିପଟେ ଥିବା କାଠ ଗଦାରୁ କାଠ କାଢୁଥିବା ସମୟରେ କଣ ଗୋଟେ ଜନ୍ତୁ କାମୁଡିଦେଲା ବୋଲି କହିଥିଲେ। କିନ୍ତୁ ଏହି କାମୁଡା ଘଟଣାକୁ ଗୁରୁତ୍ୱ ଦେଇନଥିଲେ। ମଧ୍ୟାହ୍ନରେ ପ୍ରତାପ ଅଚେତ ହୋଇପଡିବାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ତାଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିବା ପରେ ଡାକ୍ତର ବୈଦ୍ୟନାଥ ନନ୍ଦ ପ୍ରତାପଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶବ ଜବତ ହୋଇ ବ୍ୟେବଛେଦ ପାଇଁ ରଖାଯାଇଛି। ବ୍ୟେବଛେଦ ପରେ କେଉଁ ଜନ୍ତୁ କାମୁଡିଛି ତାହା ସଠିକ୍ ଭାବରେ ଜଣା ପଡିବ। ପରିବାର ବର୍ଗ ସାପ କାମୁଡିଥିବା ସନ୍ଦେହ କରୁଛନ୍ତି। ପ୍ରତାପଙ୍କ ମୃତ୍ୟୁରେ ପରିବାର ବର୍ଗ ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.