Home ଓଡ଼ିଶା ପୋଖରୀରୁ ବୃଦ୍ଧଙ୍କ ଶବ ଉଦ୍ଧାର

ପୋଖରୀରୁ ବୃଦ୍ଧଙ୍କ ଶବ ଉଦ୍ଧାର

91

ନୟାଗଡ/୧୪/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖତିଆ ମନ୍ଦିର ନିକଟ ବଡ ପୋଖରୀରୁ ଜଣେ ବୃଦ୍ଧଙ୍କ ଶବ ମିଳିଥିବା ଜଣା ପଡିଛି। ବୃଦ୍ଧ ଜଣକ ଗତ ୧୩ ତାରିଖ ରାତ୍ରିରେ ମହୁଲିଆ ମନ୍ଦିରରେ ରହିଥିଲେ। ସକାଳୁ ସକାଳୁ ଗ୍ରାମବାସୀ ମାନେ ପୁଷ୍କରିଣୀକୁ ଗାଧୋଇ ଯିବାବେଳେ ପାଣି ଭିତରେ ଗୋଟେ ଶବ ଭାସୁଥିବାର ଦେଖିଥିଲେ। ଶବକୁ ଉପରକୁ ଆଣିବା ପରେ ଜଣା ପଡିଲା ମୃତକ ହେଉଛନ୍ତି ରଣପୁର ଥାନା ଡମସାହି ନିକଟ ତଲାରିବନ୍ଧ ଗ୍ରାମର କବିର ସାହୁ। ତାଙ୍କ ପକେଟ୍ ରୁ ନିଜ ଠିକଣା ସହ କିଛି କାଗଜ ଓ ବିଷାକ୍ତ ପଦାର୍ଥ ଶିଶି ମିଳିଥିଲା। ଘଟଣାରୁ ପ୍ରକାଶ ବୃଦ୍ଧ ଜଣକ ୧୩ ତାରିଖ ରେ ଘରେ ପାରିବାରିକ କଳହ ଘଟିବାରୁ ଘର ଛାଡି ଚାଲି ଆସିଥିଲେ। ପୋଲିସ୍ ଖବର ପାଇ ଶବ ଜବତ କରି ରଣପୁର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ଆଣିଥିଲା। ଶବ ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯାଇଥିବା ଜଣା ପଡିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ କବିର ସାହୁଙ୍କର ମୃତ୍ୟୁର ଅସଲ କାରଣ ଜଣା ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.