Home ଓଡ଼ିଶା ଅକ୍ଟୋବରରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ

ଅକ୍ଟୋବରରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ

132

ଭୁବନେଶ୍ଵର,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ରାଜ୍ୟର ସବୁ ଥାନା ଆଇଆଇସିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଲ କାମ କଲେ ସମୟ ସୀମା ପୂର୍ବରୁ ପଦୋନ୍ନତି ମିଳିବ ବୋଲି ନବୀନ କହିଛନ୍ତି। ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ । ତାପୂର୍ବରୁ ଲୋକସେବା ଭବନରେ ସରକାରଙ୍କ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.