Home ଓଡ଼ିଶା ବାରିପଦାରୁ ବିପୁଳ ଗଞ୍ଜେଇ ଜବତ

ବାରିପଦାରୁ ବିପୁଳ ଗଞ୍ଜେଇ ଜବତ

280

ବାରିପଦା,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ବାରିପଦା ଘରୋଇ ବସଷ୍ଟାଣ୍ଡରୁ ୧୭କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ । ଏନେଇ ୨ଜଣଙ୍କୁ ଅଟକ ରଖିଛି ପୋଲିସ । ଆଜି ସକାଳ ୧୦ଟା ୩୦ମିନିଟ ସମୟରେ 2ଜଣ ଲୋକ ବାରିପଦାରୁ କଲିକତା ଯାଉଥିବା ଏକ ଘରୋଇ ବସରେ ଯିବାକୁ ଟିକେଟ୍ କରି ୨ଟି ବସ୍ତାରେ କିଛି ଜିନିଷ ଲୋଡ କରିଥିଲେ । ଏହି ବନ୍ଦ ବସ୍ତାକୁ ନେଇ ବସ୍‌ର କଣ୍ଡକ୍ଟରକୁ ସନ୍ଦେହ ହେବାରୁ ସେ ମାଲିକଙ୍କ ସହାୟତାରେ ପୋଲିସକୁ ଖବର ଦେଇଥିଲେ ।

ବାରିପଦା ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଦୁଇଜଣ ଯାତ୍ରୀ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡିବା ପରେ ଏଥିରେ ଆହୁରି କିଛିଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ତେବେ ବର୍ତ୍ତମାନ ଯାଏଁ ତଦନ୍ତ ପକ୍ରିୟା ଚାଲୁଥିବାରୁ ପୋଲିସ ତରଫରୁ କୌଣସି ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.