Home Top News ୱେବ୍ ସିରିଜ୍ ‘XXX’ ପାଇଁ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ : ‘ଯୁବ ପିଢ଼ୀଙ୍କ ମନ ପ୍ରଦୁଷିତ ହେଉଛି’

ୱେବ୍ ସିରିଜ୍ ‘XXX’ ପାଇଁ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ : ‘ଯୁବ ପିଢ଼ୀଙ୍କ ମନ ପ୍ରଦୁଷିତ ହେଉଛି’

168

ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟ ଶୁକ୍ରବାରଦିନ ଚଳଚ୍ଚିତ୍ର ନିର୍ମାତା ଏକତା କାପୁରଙ୍କ ଉପରେ ତାଙ୍କ ୱେବ୍ ସିରିଜ୍ ‘XXX’ରେ ଆପତ୍ତିଜନକ ବିଷୟବସ୍ତୁ ଉପରେ କଡ଼ା ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କର ମନ୍ତବ୍ୟରେ କହିଛନ୍ତିଯେ, ଏହା ଦେଶର ଯୁବ ପିଢ଼ିଙ୍କ ମନକୁ ପ୍ରଦୂଷିତ କରୁଛନ୍ତି।

ସୂଚନାଯୋଗ୍ୟଯେ, ଏକତା କାପୁର ତାଙ୍କ OTT ପ୍ଲାଟଫର୍ମ ALTBalaji ରେ ପ୍ରସାରିତ ଏକ ୱେବ୍ ସିରିଜରେ ସୈନିକମାନଙ୍କୁ ଅପମାନିତ କରିବା ଏବଂ ସେମାନଙ୍କ ପରିବାରର ଭାବନାକୁ ଆଘାତ ଦେବା ଅଭିଯୋଗରେ କାପୁରଙ୍କ ବିରୋଧରେ ଜାରି କରାଯାଇଥିବା ୱାରେଣ୍ଟକୁ ଚ୍ୟାଲେଞ୍ଜ କରି ଉଚ୍ଚତମ ନ୍ୟାୟାଳୟ ଏହାର ଶୁଣାଣି କରିଥିଲେ। ବିହାରର ବେଗୁସରାଇର ଏକ ଟ୍ରାଏଲ କୋର୍ଟ ଭାରତୀୟ ସେନାର ଜଣେ ପୂର୍ବତନ କର୍ମଚାରୀ ଶମ୍ଭୁ କୁମାରଙ୍କ ଅଭିଯୋଗ ଉପରେ ୱାରେଣ୍ଟ ଜାରି କରିଥିଲେ।

କୁମାର, ୨୦୨୦ ରେ ତାଙ୍କର ଅଭିଯୋଗରେ ପ୍ରକାଶ କରିଥିଲେଯେ, ସିରିଜ୍ ‘XXX’ (ସିଜନ୍ -୨) ରେ ଜଣେ ସୈନିକଙ୍କ ପତ୍ନୀଙ୍କ ସହିତ ଜଡ଼ିତ ଅନେକ ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା।

ସୁପ୍ରମକୋର୍ଟର ବିଚାରପତି ଅଜୟ ରାସ୍ତୋଗୀ ଏବଂ ବିଚାରପତି ସି ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ ପ୍ରକାଶ କରିଛନ୍ତିଯେ, “ଆପଣ ଏହି ଦେଶର ଯୁବ ପିଢ଼ିଙ୍କ ମନକୁ ପ୍ରଦୂଷିତ କରୁଛନ୍ତି। ଏହା ସମସ୍ତଙ୍କ ପାଇଁ ଉପଲବ୍ଧ। OTT (ଓଭର ଦି ଟପ୍) ବିଷୟବସ୍ତୁ ସମସ୍ତଙ୍କ ପାଇଁ ଉପଲବ୍ଧ। ଆପଣ ଲୋକମାନଙ୍କୁ କେଉଁ ପ୍ରକାରର ଚଏସ୍‌ ପ୍ରଦାନ କରୁଛନ୍ତି? … ଅପରପକ୍ଷେ ଆପଣ ଯୁବକମାନଙ୍କ ମନକୁ ପ୍ରଦୂଷିତ କରୁଛନ୍ତି।’

ସୂଚନାଯୋଗ୍ୟଯେ, ଏକତା କାପୁରଙ୍କ ପାଇଁ ତାଙ୍କର ପକ୍ଷ ରଖିଥିଲେ ବରିଷ୍ଠ ଆଡଭୋକେଟ ମୁକୁଲ ରୋହତାଗୀ। ସେ ଯୁକ୍ତି ବାଢ଼ିଥିଲେଯେ, ବିଷୟବସ୍ତୁ ସବସ୍କ୍ରିପସନ୍ ଉପରେ ଆଧାରିତ ଏବଂ ଏହି ଦେଶରେ ପସନ୍ଦ ଉପରେ ସ୍ୱାଧୀନତା ରହିଛି ବୋଲି ରୋହତାଗୀ କହିଥିଲେ।

ସୁପ୍ରିମ କୋର୍ଟ ମଧ୍ୟ ତାଙ୍କର ଏହି ବିଷୟ ଉପରେ କହିଥିଲେଯେ, ଆମେ ଏହାକୁ ପ୍ରଶଂସା କରୁନାହୁଁ।

ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ବିଚାରାଧୀନ ରଖିଛନ୍ତି ଏବଂ ହାଇକୋର୍ଟରେ ଶୁଣାଣି ସ୍ଥିତି ବିଷୟରେ ଜାଣିବା ପାଇଁ ଜଣେ ସ୍ଥାନୀୟ ଓକିଲଙ୍କୁ ଏହି ମାମଲାରେ ନିୟୋଜିତ କରାଯାଇପାରେ ବୋଲି ପରାମର୍ଶ ଦେଇଛନ୍ତି। ବିହାରର ବେଗୁସରାଇର ଏକ ଟ୍ରାଏଲ କୋର୍ଟ ପୂର୍ବତନ ସେନା କର୍ମଚାରୀ ଶମ୍ଭୁ କୁମାରଙ୍କ ଅଭିଯୋଗ ଉପରେ ୱାରେଣ୍ଟ ଜାରି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.