Home Top News ଏ ହେଉଛନ୍ତି ପୋଲିସ ବାବୁ, ଏପଟ ଦେଖିଲେ, ସେପଟ ଦେଖିଲେ, ନେଇ ପଳେଇଲେ

ଏ ହେଉଛନ୍ତି ପୋଲିସ ବାବୁ, ଏପଟ ଦେଖିଲେ, ସେପଟ ଦେଖିଲେ, ନେଇ ପଳେଇଲେ

85

ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଏ ହେଉଛନ୍ତି ପୋଲିସ ବାବୁ। ତାହାପୁଣି ଭାରତର ସବୁଠାରୁ ବଡ଼ରାଜ୍ୟ ଉତ୍ତର ପ୍ରଦେଶର ପୋଲିସ। କରିବେ କ’ଣ? ଯାହାର ଯାହା ଅଭ୍ୟାସ ସେ ବା କାହୁଁ ଅଭ୍ୟାସରୁ ନିବୃତ୍ତ ରହିବେ? ଲୋକେ କୁହନ୍ତି ଯଦି ଚୌକିଦାର ଚୋରୀ କରିବ ତେବେ କାହାକୁ କରିବେ ବିଶ୍ୱାସ। ଏହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖାଯାଉଛିଯେ, ଜଣେ ପୋଲିସ ଇନିସ୍ ପେକ୍ଟର ଏକ ଏଲଇଡି ବଲ୍ବ ଚୋରି କରୁଛନ୍ତି। ତାଙ୍କୁ ବୋଧହୁଏ ଜଣାନାହିଁ ସେ ଯେଉଁ ବଲ୍ବ ଚୋରୀ କରିବାକୁ ଯାଉଛନ୍ତି ତାହା ଉପରେ ମଧ୍ୟ ତୃତୀୟ ଆଖିର ନଜର ରହିଛି। ପୋଲିସ ହେଲେ କ’ଣ ହେବ ସେ ତ ତାଙ୍କର ବୋଧହୁଏ ହୋଇଥିବ ଅଭ୍ୟାସ। ନ ହେଲେ ଏପରି ସାଧାରଣ ଜନତାଙ୍କର ସମ୍ପତ୍ତି ଉପରେ ହାତ ସଫା କରିବାର ମନ କାହାକୁ ହେବ?

ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। କୁହାଯାଉଛିଯେ, ଇନ୍ସପେକ୍ଟର ଜଣକ ଉତ୍ତରପ୍ରଦେଶର ପ୍ରୟାଗରାଜର ଫୁଲପୁର ପୋଲିସ ଷ୍ଟେସନରେ ନିଯୁକ୍ତ ଅଛନ୍ତି। ବାସ୍‌ ଡ୍ୟୁଟିରେ ଥିବା ସମୟରେ ଏପଟ ଦେଖିଲେ, ସେପଟ ଦେଖିଲେ ବାସ୍ ମାରିନେଲେ, ପକେଟରେ ପୁରେଇଦେଲେ। ଧରାଇଦେଲା CCTV କ୍ୟାମେରା। ଏବେ ଧରାପଡିଥିବା ଭିଡ଼ିଓ ଭାଇରାଲ ହୋଇଛି। ତେଣୁ ଆଜିକାଲି ଏପରି କାମ କରନ୍ତୁ ନାହିଁ ଯେଉଁଥିରେ ମାନ ମହତ ସବୁ ଯିବ। ଲୋକେ ହସିବେ …ଆପଣ ବି ଦେଖନ୍ତୁ ଭିଡ଼ିଓ …

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.