Home ଓଡ଼ିଶା ଶୁକ୍ରବାର ଶପଥ ନେଇପାରନ୍ତି ୟେଦ୍ୟୁରପ୍ପା !

ଶୁକ୍ରବାର ଶପଥ ନେଇପାରନ୍ତି ୟେଦ୍ୟୁରପ୍ପା !

205

କର୍ଣ୍ଣାଟକ, ୨୪।୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : କର୍ଣ୍ଣାଟକ ବିଧାନସଭାରେ ଗତ ମଙ୍ଗଳବାର ଦିନ ଆସ୍ଥା ଭୋଟରେ ହାରିବା ସହ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ଏଚଡି କୁମାରସ୍ୱାମୀ। ଏହା ସହ କଂଗ୍ରେସ ଦଳ ମଧ୍ୟ ନିଜ ହାତରୁ ଆଉ ଏକ ରାଜ୍ୟ ହରାଇ ବସିଛି। ତେବେ ସବୁ କିଛି ଠିକ୍ ରହିଲେ ଆସନ୍ତା ଶୁକ୍ରବାର ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବିଏସ୍ ୟେଦ୍ୟୁରପ୍ପା।

ଏନେଇ ଭାରତୀୟ ଜନତା ପାର୍ଟି ବା ବିଜେପି ପକ୍ଷରୁ ଆଜି ଏକ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପାଙ୍କୁ ନେତା ଭାବେ ଚୟନ କରାଯିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ହୋଇଥିବା ବେଳେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ପାରିନଥିଲେ କୁମାର ସ୍ୱାମୀ। ଫଳରେ ୧୪ମାସର କଂଗ୍ରେସ-ଜେଡ଼ିଏମ ମେଣ୍ଟ ସରକାରର ପତନ ଘଟିଥିଲା।

ସରକାର ସପକ୍ଷରେ ୯୯ଭୋଟ ଥିବା ବେଳେ ବିପକ୍ଷରେ ୧୦୫ଭୋଟ ରହିଥିଲା। ମାତ୍ର ୬ଖଣ୍ଡ ଭୋଟରେ ହାରିଥିଲେ କୁମାରସ୍ୱାମୀ। ଏନେଇ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କୁମାରସ୍ବାମୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.