Home ଆନ୍ତର୍ଜାତୀୟ ପାକିସ୍ତାନକୁ ୧୦ ୱିକେଟ୍ ରେ ହରାଇଲା ଭାରତ – ଅଣ୍ଡର-୧୯ ୱାର୍ଲ୍ଡ କପ ସେମିଫାଇନାଲ୍

ପାକିସ୍ତାନକୁ ୧୦ ୱିକେଟ୍ ରେ ହରାଇଲା ଭାରତ – ଅଣ୍ଡର-୧୯ ୱାର୍ଲ୍ଡ କପ ସେମିଫାଇନାଲ୍

386

ନୂଆ ଦିଲ୍ଲୀ ୪-୨ (ଓଡ଼ିଆ ପୁଅ) ଆଇସିସି ଅଣ୍ଡର-୧୯ ୱାର୍ଲ୍ଡ କପର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ପଚେଫଷ୍ଟ୍ରୁମର ସେନବେସ ପାର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା। ପାକିସ୍ତାନ ଟସ ଜୀତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା, କିନ୍ତୁ ପାକିସ୍ଥାନ ଟିମ ୪୩.୧ ଓଭର କେବଳ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ସୁଶାନ୍ତ ମିଶ୍ର ସବୁଠାରୁ ଅଧିକା ତିନି ୱିକେଟ୍ ନେଇଥିଲେ। କାର୍ତ୍ତିକ ତ୍ୟାଗି, ରବି ବିଶ୍ନୋଇ ଦୁଇ-ଦୁଇ ୱିକେଟ୍ ନେଇଥିଲେ। ଯଶସ୍ୱୀ ଜୟସ୍ୱାଲ ଏବଂ ଅଥର୍ବ ଅଙ୍କୋଲେକରଙ୍କ ଖାତାରେ ଗୋଟିଏ-ଗୋଟିଏ ୱିକେଟ୍ ଆସିଥିଲା। ଭାରତ ଫାଇନାଲ୍ ରେ ପହଁଚିବା ପାଇଁ ୧୭୩ ରନ ଆବଶ୍ୟକଥିଲା। ପାକିସ୍ତାନ ତରଫରୁ ଅଧିନାୟକ ରୋହୈଲ ନଜୀର ୬୨ ହାଇଦର ଅଲୀ ୫୬ ରନର ଇନିଙ୍ଗ୍ସ ଖେଳିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ କ୍ରୀଜ ଉପରେ ବେଶୀ ସମୟ ରହିରାରିନଥିଲେ। ଯଶସ୍ୱୀ ଜୟସ୍ୱାଲ ଭାରତ ତରଫରୁ ଶତକ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.