Home ଓଡ଼ିଶା ବନବିହାରୀପୁର ଗାଁରେ ହାତୀ ଉପଦ୍ରବ

ବନବିହାରୀପୁର ଗାଁରେ ହାତୀ ଉପଦ୍ରବ

143

ତେଲକୋଇ, ୪ ଫେବୃୟାରୀ (ଓଡ଼ିଆ ପୁଅ/ଅକ୍ଷୟ ପ୍ରଧାନ)ତେଲକୋଇ ରେଞ୍ଜ ଅଧିନସ୍ଥ ବନବିହାରୀ ପୁର ଗାଁରେ ହାତୀ ଉପଦ୍ରବ।ଗାଁରେ ହାତୀପଲ ପଶି ଚାଷିଙ୍କ ଫସଲ ନଷ୍ଟ କରିବାସହ ଦଳିମକଚି ନଷ୍ଟ କରିଦେଇଛନ୍ତି। ଗାଁର ସୁଧିର ପ୍ରଧାନ, ସୁର୍ଦଶନ ପ୍ରଧାନ, ଟୁପେନ୍ଦ୍ର ପ୍ରଧାନଙ୍କର ଏକର ଏକର ଆଳୁ ଫସଲ ଖାଇଯାଇଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ଫସଲ ଚାଷୀଙ୍କର ହାତୀପଲ ନଷ୍ଟ କରୁଥିବାରୁ ଚାଷି ଏବେ ମୁଣ୍ଡରେ ହାତ ଦେଇ ବସିଲେଣି।

କେମିତି ଫସଲକୁ ହାତୀ ଦାଉରୁ ରକ୍ଷା କରିବେ ସେନେଇ ଚାଷି ଏବେ ଚିନ୍ତାରେ। ଚାଷକରି ଗୁଜୁରାଣ ମେଟାଂଉଥିବା ଚାଷି ପିଲାଛୁଆଙ୍କ ମୁହଁରେ ଆହାର ଦେବା କଷ୍ଟକର ହୋଇ ପଡିଲାଣି। ଋଣ କରି ଚାଷ କରିଥିବା ଚାଷିର ଫସଲ ହାତୀପଲ ନଷ୍ଟ କରୁଥିବାରୁ ଚାଷି ର ଆର୍ଥିକ ଅବସ୍ଥା ଭୁଷୁଡି ପଡିଲାଣି। ଗାଁପାଖ ବାଉଁଶିଆ ଜଙ୍ଗଲରେ ହାତୀପଲ ରହୁଥିବାରୁ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖି ହାତୀ ଘଉଡାଇବାରେ ବିଫଳ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୁଷ ବୃଦ୍ଧି ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.