Home ଓଡ଼ିଶା ଭାରତ ଏବଂ ପାକିସ୍ତାନର ମହିଳାମାନେ ଅଳ୍ପ ବୟସରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି –...

ଭାରତ ଏବଂ ପାକିସ୍ତାନର ମହିଳାମାନେ ଅଳ୍ପ ବୟସରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି – ଅଧ୍ୟୟନ

212

ନୂଆ ଦିଲ୍ଲୀ ୨୬-୧୦ (ଓଡ଼ିଆ ପୁଅ) ସ୍ତନ କର୍କଟ ହେଉଛି ବିଶ୍ୱରେ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ। ତଥାପି, ମୋଟ ମାମଲାର ପ୍ରାୟ ଅଧା ଏବଂ ପ୍ରାୟ ୬୦% ମୃତ୍ୟୁ କମ୍ ବିକଶିତ ଦେଶରେ ଘଟିଥାଏ। ସ୍ତନ କର୍କଟ ମଧ୍ୟ ଭାରତୀୟ ମହିଳାମାନଙ୍କ ମଧ୍ୟରେ ସର୍ବାଧିକ ବ୍ୟାପିଥାଏ, ଯାହା ମହିଳାମାନଙ୍କ ମଧ୍ୟରେ ସମସ୍ତ କର୍କଟ ରୋଗର ୧୪% ଅଟେ। ଅନୁମାନ କରାଯାଏ ଯେ, ଭାରତରେ ପ୍ରତି ୪ ମିନିଟରେ ଜଣେ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ ପ୍ରତି ୧୩ ମିନିଟରେ ଜଣେ ମହିଳା ମୃତ୍ୟୁ ବରଣ କରନ୍ତି।

ଯଦିଓ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ଦେଖାଯାଏ, ଯେଉଁମାନେ ୫୦ ବର୍ଷ ବୟସରେ ପହଞ୍ଚିଛନ୍ତି। ଅବଶ୍ୟ ଏହା ଯେକୌଣସି ବୟସରେ ହୋଇପାରେ। ବାସ୍ତବରେ, ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଭାରତୀୟ ଏବଂ ପାକିସ୍ତାନୀ ମହିଳାମାନେ ସାଧାରଣତଃ ଅଳ୍ପ ବୟସରେ ଏବଂ ଆଡଭାନ୍ସ ଷ୍ଟେଜ୍ ର ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି।

ଇନ୍ଦ୍ରପ୍ରଥା ଆପୋଲୋ ହସ୍ପିଟାଲ୍ ର ସର୍ଜିକାଲ୍ ଅଙ୍କୋଲୋଜିର ବରିଷ୍ଠ ଡାକ୍ତର, ରମେଶ ସରିନ୍ ମଧ୍ୟ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଭାରତୀୟ ମହିଳାମାନେ ୧୦ ବର୍ଷ ପୂର୍ବରୁ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ଭାରତୀୟ ଏବଂ ପାକିସ୍ତାନୀ ମହିଳାମାନଙ୍କଠାରେ ସ୍ତନ କର୍କଟ।

ଗବେଷକମାନେ ଭାରତୀୟ ଏବଂ ପାକିସ୍ତାନୀ ମଙିଳା ଏବଂ ଆମେରିକୀୟ ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗର ଅଧ୍ୟୟନ କରିବା ପରେ କହିଛନ୍ତିଯେ, ଭାରତୀୟ ଏବଂ ପାକିସ୍ତାନୀ ମହିଳାଙ୍କ ଅପେକ୍ଷା ଆମେରୀୟୀୟ ମହିଳାଙ୍କଠାରେ ସ୍ତନ କର୍କଟ ରୋଗ ଅଧିକ। କିନ୍ତୁ ଭାରତୀୟ ଏବଂ ପାକିସ୍ତାନୀ ମହିଳାମାନେ କମ୍ ବୟସରେ ଏହି ରୋଗର ଆଡଭାନ୍ସ ଷ୍ଟେଜ୍ ର ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.