Home କେନ୍ଦୁଝର ଅଣାରେ ଶାରଦୀୟ ଦୁର୍ଗା ପୂଜା

ଅଣାରେ ଶାରଦୀୟ ଦୁର୍ଗା ପୂଜା

174

ହାଟଡ଼ିହି, ୨୬ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଅଣା ଠାରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଏହି ପୂଜା ୫୯ବର୍ଷରେ ପାଦ ଥାପିଛି । ମଙ୍ଗଳବାର ଦିନ ବିଲ୍ୱାଧିବାସ କରାଯିବା ପରେ ଗତ ବୁଧବାର ଦିନ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ମାଙ୍କ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ସମସ୍ତ ରୀତିନୀତି ମତେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ଷଷ୍ଠୀ ପୂଜା, ସପ୍ତମୀ ପୂଜା କରାଯିବା ସହିତ ମହାଷ୍ଟମୀ, ଓ ମହାନବମୀ ପୂଜା କରାଯିବା ସହ ଚଣ୍ଡୀପାଠ, ବଳିଛେଦ, ଆଦି କରାଯାଇଥିଲା ।ଏହି ପୂଜାରେ ପିତାମ୍ବର ମଲ୍ଲିକ, ପରମେଶ୍ୱର ମଲ୍ଲିକ, ପ୍ରଭାକର ମଲ୍ଲିକ, କନକ ମଲ୍ଲିକ, ସବିତା ମଲ୍ଲିକ, ସ୍ୱାଗତିକା ମଲ୍ଲିକ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ପଣ୍ଡିତ ଉମାକାନ୍ତ ପଣ୍ଡା, ମଙ୍ଗୁଳି ଚରଣ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ରରେ ମାଙ୍କ ପୂଜା କରାଯାଇଥିଲା । ମନୋଜ ମଞ୍ଜରୀ ମଲ୍ଲିକ, ହରେକୃଷ୍ଣ ବେହେରା, ବୈଷ୍ଣବ ମଲ୍ଲିକ, ମହେଶ୍ୱର ମଲ୍ଲିକ, ଶୁଭଲକ୍ଷ୍ମୀ ମଲ୍ଲିକ, ମାତୃପ୍ରସାଦ ମଲ୍ଲିକ, ସ୍ୱାଗତ ମଲ୍ଲିକ, ସାଇପ୍ରସାଦ ମଲ୍ଲିକ, ଆଦିତ୍ୟ ମଲ୍ଲିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.