Home କେନ୍ଦୁଝର ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବା ଦାବିରେ ବିଦ୍ୟୁତ ଅଫିସ ରେ ତାଲା ପକାଇଲେ ଗ୍ରାମବାସୀ

ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବା ଦାବିରେ ବିଦ୍ୟୁତ ଅଫିସ ରେ ତାଲା ପକାଇଲେ ଗ୍ରାମବାସୀ

243

ପାଟଣା ୧୮-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ତୁରୁମୁଙ୍ଗା ସ୍ଥିତ ବିଦ୍ୟୁତ କାର୍ଯ୍ୟଳୟରେ ବୁଧବାର ତାଲା ପକାଇ ଛନ୍ତି ବୁଢ଼ୀକାପୁଡି ପଞ୍ଚାୟତ ପୁରନ୍ଦରପୁର ଗ୍ରାମର ମହାନ୍ତ ସାହି ର ଲୋକେ।୧୫ଦିନ ରୁ ଅଧିକ ହେବ ଗ୍ରାମରେ ଥିବା ଟ୍ରାନ୍ସଫର୍ମା ପଡି ଯାଇଥିଲା। ପୁନଃ ଟ୍ରାନ୍ସଫର୍ମର ବସାଇବା ପାଇଁ ବାରମ୍ବାର କହିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କତ୍ତୃପକ୍ଷ କର୍ଣ୍ଣପାତ ନ କରିବା ରୁ ଗ୍ରାମବସୀ ଚରମ ନିଷ୍ପତ୍ତି ନେଇଛନ୍ତି ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିଥିଲେ କିନ୍ତୁ କେବେ ଟ୍ରାନ୍ସଫର୍ମର ବସାଯିବ ସେ ବିଷୟ ରେ ବିଦ୍ୟୁତ ବିଭାଗ କର୍ମଚାରୀ କୌଣସି ପ୍ରତିଶୃତି ଦେଇ ନାହାଁନ୍ତି ଏ ସମ୍ପର୍କରେ ଆମ ପ୍ରତିନିଧି ତୁରୁମୁଙ୍ଗା ଏସ.ଡି.ଓ ଓ ଜେଇ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ହେଁ ଉଭୟ ଙ୍କ ସରକାରୀ ମୋବାଇଲ ନମ୍ବର ବନ୍ଦ ଥିଲା। ଏବେ ଯୁକ୍ତ ୨ ପରୀକ୍ଷା ଚାଲିଥିବା ବେଳେ ପିଲା ମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ଏଥି ପ୍ରତି ଦୃଷ୍ଟି ଦେଇ ଗ୍ରାମରେ ନୁତନ ଟ୍ରାନ୍ସଫର୍ମର ନ ବସାଇଲେ ଆଗାମୀ ଦିନରେ ଗ୍ରାମବସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.