Home Coronavirus Outbreak ବିଜେପି ନିର୍ଦ୍ଦେଶନାମା: ସାମୂହିକ ଭାବେ ବିଜେପି ପକ୍ଷରୁ ରାଜ୍ୟରେ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା,...

ବିଜେପି ନିର୍ଦ୍ଦେଶନାମା: ସାମୂହିକ ଭାବେ ବିଜେପି ପକ୍ଷରୁ ରାଜ୍ୟରେ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବ ନାହିଁ : ସମୀର ମହାନ୍ତି

482

କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର, ତା. ୧୮/୦୩ (ଓଡ଼ିଆ ପୁଅ) : କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ସଂସଦୀୟ ଦଳ ବୈଠକରେ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ସାଂସଦମାନଙ୍କୁ ନିଜ ନିଜ କ୍ଷେତ୍ରରେ ଜନ ଆନ୍ଦୋଳନ ନକରିବା ପାଇଁ କହିବା ସହ କରୋନା ସଚେତନତା ନିର୍ଦ୍ଦେଶନାମାକୁ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟାନ୍ୱୟନର ତଦାରଖ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସାରା ଭାରତରେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବ ନାହିଁ। ସେହିପରି ଓଡିଶାରେ ସାମୂହିକ ଭାବେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରାଯିବ ନାହିଁ। ଏହି ନିଷ୍ପତିକୁ ସମସ୍ତ ଜିଲ୍ଲା, ବ୍ଲକ ଏବଂ ମଣ୍ଡଳ ସ୍ତରରେ ଲାଗୁ କରାଯିବ। ଦଳର ସମସ୍ତ କାର୍ଯ୍ୟକର୍ତା ଏହି ନିଷ୍ପତିକୁ ଗ୍ରହଣ କରିବା ସହ କରୋନା ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଇବାର କାର୍ଯ୍ୟ କରିବେ। ଆମେ ସମସ୍ତେ ସର୍ତକ ରହି ସ୍ୱଚ୍ଛତାକୁ ଅବଲମ୍ବନ କରି କରୋନାକୁ ଦୂର କରିବାର ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହଛନ୍ତିି।

ଶ୍ରୀ ମହାନ୍ତି କହିଛନ୍ତି ଯେ, କରୋନା ଭାଇରସ୍ ( କୋଭିଡ୍‌୧୯ ) ବା କରୋନା ଭୂତାଣୁ ଚୀନ ଦେଶରୁ ଆରମ୍ଭ ହୋଇ ଏବେ ସମଗ୍ର ବିଶ୍ୱରେ ବ୍ୟାପକ ହେବା ସହିତ ମହାମାରୀର ରୂପ ନେଇଛି। ଏହି ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱର ସମସ୍ତ ଦେଶ ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି। କେନ୍ଦ୍ର ସରକାର ଏ ଦିଗରେ ସଚେତନ ଥିବା କଥା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ପ୍ରକାଶ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରମାନେ ସକ୍ରିୟ ପଦକ୍ଷେପ ନେଇ ଏ ଦିଗରେ କାର୍ଯ୍ୟକରୁଛନ୍ତି। ଦେଶର ଅଧିକାଂଶ ରାଜ୍ୟ ଏହି ମହାମାରୀର ସଂକ୍ରମଣକୁ ରୋକିବା ଲାଗି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସିନେମା ହଲ, ମଲ, ସୁଇମିଂପୁଲ, ଜିମ୍ ପ୍ରଭୃତି ସାର୍ବଜନୀନ ସ୍ଥାନ ଗୁଡିକୁ କିଛିଦିନ ପାଇଁ ବନ୍ଦ କରିଦେଇଛନ୍ତି। ଭାରତ ସରକାର ବିଦେଶରୁ ଆସୁଥିବା ସମସ୍ତ ନାଗରିକମାନଙ୍କର ବିମାନ ଘାଟୀରେ ସ୍କ୍ରିନିଂ କରାଯାଉଛି। ଆବଶ୍ୟକତା ଅନୁସାରେ ସମସ୍ତଙ୍କୁ ମାସ୍କ, ସାନିଟାଇଜର୍ସ ଓ ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଏହି କରେନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସବୁ କାର୍ଯ୍ୟକର୍ତା ମାନେ ବୁଥସ୍ତର ପର୍ଯ୍ୟନ୍ତ ଜନଜାଗରଣ ଅଭିଯାନ କରିବେ। ଲିଫ୍‌ଲେଟ୍ ଏବଂ ବ୍ୟାନର ମାଧ୍ୟମରେ କରୋନା ସଂପର୍କରେ ଅବଗତ କରାଇବେ। ପ୍ରଦେଶ, ଜିଲ୍ଲା ଏବଂ ମଣ୍ଡଳସ୍ତର ପର୍ଯ୍ୟନ୍ତ ପଦାଧିକାରୀମାନେ, ଟିମ୍ ଗଢି କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବେ ଓ ଜନଜାଗରଣ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୂପେ ସଫଳ କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

କରୋନା ସଂପର୍କିତ କୌଣସି ପ୍ରକାର ଅପପ୍ରଚାର ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ ଓ ଏଭଳି ଅପପ୍ରଚାରକାରୀଙ୍କ ପ୍ରତି ସତର୍କ ରୁହନ୍ତୁ। କେନ୍ଦ୍ର ସରକାର ସହାୟତା ପାଇଁ ଯୋଗାଯୋଗ ନିମନ୍ତ ଏକ ହେଲପ୍ ଲାଇନ୍ ନମ୍ବର (୦୧୧-୨୩୯୭୮୦୪୬) ଜାରି କରିଛନ୍ତି। ସେହିଭଳି ଇ-ମେଲ ncov2019 @ gmail.com ମାଧ୍ୟମରେ ମଧ୍ୟ ସୂଚନା ଦେଇପାରିବେ। ଏସବୁ ସୂଚନା ସବୁ ଲୋକଙ୍କ ପାଖରେ ପହଂଚାଇବାକୁ କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବେ। ପାର୍ଟିର ସମସ୍ତ ୟୁନିଟ୍ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିବେ। କାର୍ଯ୍ୟକର୍ତାମାନେ ନିଜ ନିଜ ଭିତରେ ସଚେତନତା ବୃଦ୍ଧି କରିବା ସହିତ ସାଧାରଣ ଜନତାଙ୍କୁ ମଧ୍ୟ ସଚେତନ କରିବା ପାଇଁ ସହଯୋଗ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.