Home ଓଡ଼ିଶା ଅଯୋଧ୍ୟାରେ ସୁନ୍ନୀ ବକ୍ଫ ବୋର୍ଡକୁ ପାଞ୍ଚ ଏକର ଜମି ଦେବେ ଯୋଗୀ ସରକାର, ମନ୍ତ୍ରୀମଣ୍ଡଳର ମଞ୍ଜୁରୀ

ଅଯୋଧ୍ୟାରେ ସୁନ୍ନୀ ବକ୍ଫ ବୋର୍ଡକୁ ପାଞ୍ଚ ଏକର ଜମି ଦେବେ ଯୋଗୀ ସରକାର, ମନ୍ତ୍ରୀମଣ୍ଡଳର ମଞ୍ଜୁରୀ

418

ଲକ୍ଷ୍ନୌ ୨-୫ (ଓଡ଼ିଆ ପୁଅ) ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦେଶାନୁସାରେ, ଉତ୍ତର ପ୍ରଦେଶ ମନ୍ତ୍ରୀମଣ୍ଡଳ, ଅଯୋଧ୍ୟାରେ ସୁନ୍ନୀ ସେଂଟ୍ରାଲ ବକ୍ଫ ବୋର୍ଡକୁ ପାଞ୍ଚ ଏକର ଜମି ଦେବାକୁ ନିର୍ଣ୍ଣୟକୁ ବୁଧବାରଦିନ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଅଧ୍ୟକ୍ଷତାରେ ହୋଇଥିଲା ମନ୍ତ୍ରୀମଣ୍ଡଳ ବୈଠକ। ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଏବଂ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତିଯେ, ଅଯୋଧ୍ୟା ମୁଖ୍ୟାଳୟରୁ ୧୮ କିଲୋମିଟର ଦୂର ଗ୍ରାମ ଧନ୍ନୀପୁର, ତହସିଲ ସୋହାବଲ ରୌନାହୀ ଥାନାରୁ ଦୁଇଶହ ମିଟର ପଛରେ ପାଞ୍ଚ ଏକର ଜମି ସୁନ୍ନୀ ବକ୍ଫ ବୋର୍ଡକୁ ଦେବାପାଇଁ ମଙ୍ଗଳବାରଦିନ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛନ୍ତି।

ଉଚ୍ଚତମ ନ୍ୟାୟାଳୟ ଗତ ୯ ନଭେମ୍ବରରେ ନିଜର ଐତିହାସିକ ନିର୍ଣ୍ଣୟରେ ଅଯୋଧ୍ୟାର ବିବାଦିତ ସ୍ଥଳ ଉପରେ ରାମ ମନ୍ଦିର ନିର୍ମାଣ କରିବା ଏବଂ ମୁସ୍ଲିମ ପକ୍ଷକୁ ଅଯୋଧ୍ୟାରେ ହିଁ ପାଞ୍ଚ ଏକର ଜମି ମସ୍ଜିଦ ନିର୍ମାଣ ପାଇଁ ଦେବାକୁ ଆଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.