Home ଓଡ଼ିଶା ଲୋକସଭାରେ ପିଏମ୍ ମୋଦୀଙ୍କର ଟ୍ରଷ୍ଟ ଘୋଷଣା – ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ନିର୍ମାଣ କରିବ...

ଲୋକସଭାରେ ପିଏମ୍ ମୋଦୀଙ୍କର ଟ୍ରଷ୍ଟ ଘୋଷଣା – ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ନିର୍ମାଣ କରିବ ରାମ ମନ୍ଦିର

423

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାମ ମନ୍ଦିର ଉପରେ ଚର୍ଚ୍ଚା କରିଛନ୍ତି। ସେ ମନ୍ଦିର ଟ୍ରଷ୍ଟ ଗଠନ ପାଇଁ ଘୋଷଣା କରିଛନ୍ତି। ବର୍ତ୍ତମାନ ବଜେଟ ଅଧିବେଶନ ଚାଲୁଛି। ବୁଧବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାମ ମନ୍ଦିରକୁ ନେଇ ଟ୍ରଷ୍ଟ ଗଠନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ଶୀଘ୍ର ହିଁ ଏହି ଟ୍ରଷ୍ଟ, ମନ୍ଦିର ନିର୍ମାଣ ଉପରେ ନିଷ୍ପତି ନେବ।

ଟ୍ରଷ୍ଟର ନାମ- “ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର” ହେବ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

କିନ୍ତୁ ଏହି ଘୋଷଣାର ସମୟକୁ ନେଇ ବିରୋଧି ଦଳ ପ୍ରଶ୍ନ ଉଠାଇଛି। ଅବଶ୍ୟ କଂଗ୍ରେସ ସାଂସଦ ବିବେକ ତନ୍ଖା ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି, କିନ୍ତୁ ଦିଲ୍ଲୀ ନିର୍ବାଚନର ଠିକ୍ ପୂର୍ବରୁ ଏହି ନିଷ୍ପତି ନେବା ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସୁପ୍ରୀମ କୋର୍ଟ ରାମ ମନ୍ଦିର ପକ୍ଷରେ ନିଷ୍ପତି ଶୁଣାଇ ସାରିଛନ୍ତି। କୋର୍ଟ ସୁନ୍ନୀ ବକ୍ଫ ବୋର୍ଡକୁ ୫ ଏକର ଜମି ଦେବାକୁ ମଧ୍ୟ କହିଥିଲେ। ଆଜି ସକାଳେ ଏକ ବୈଠକରେ କୋର୍ଟଙ୍କର ନିର୍ଣ୍ଣୟର ଅନୁରୂପ ବଡ଼ ନିଷ୍ପତି ନିଆଯାଇଛି। ଆମେ ଅୟୋଧ୍ୟାରେ ୟୁପି ସରକାରଙ୍କୁ ସୁନ୍ନୀ ବକ୍ଫ ବୋର୍ଡ ପାଇଁ ୫ ଏକର ଜମି ଦେବାକୁ ଅନୁରୋଧ କରିଥିଲୁ। ୟୁପି ସରକାର ତାହାକୁ ମଞ୍ଜୁରୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ କହିଛନ୍ତି, ‘୯ ନଭେମ୍ବରର ନିଷ୍ପତି ପରେ, ଭାରତର ସମସ୍ତ ନାଗରିକ ଦେଶର ଲୋକତାନ୍ତ୍ରୀକ ପ୍ରଣାଳୀରେ ନିଜର ଧାରଣା ପ୍ରମାଣିତ କରଦେଇଥିଲେ। ମୁଁ ଭାରତର ଲୋକମାନେ ଦେଖାଇଥିବା ଚରିତ୍ରକୁ ସମ୍ମାନ ଜଣାଉଛି। ଭାରତରେ ରହୁଥିବା ସମସ୍ତ ସମୁଦାୟ ଏକ ବଡ଼ ପରିବାରର ସଦସ୍ୟ ଅଟନ୍ତି। ଆମର ସଂସ୍କୃତି, ପରମ୍ପରା, ବସୁଧୈବ କୁଟୁମ୍ବକମ ଏବଂ ସର୍ବେ ଭବନ୍ତୁ ସୁଖିନଃର ଆଦର୍ଶ ପଥରେ ଆଗକୁ ବଢ଼ିବାକୁ ଆମକୁ ପ୍ରେରଣା ଦେଉଛି’।

ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ କହିଲେ, ‘୯ ନଭେମ୍ବର, ୨୦୧୯ ରେ ମୁଁ କରତାରପୁର ସାହିବ କରିଡୋରର ଉଦ୍ଘାଟନ ପାଇଁ ପଞ୍ଜାବରେ ଥିଲି। ତାହା ଏକ ଅଦ୍ଭୁତ ଅନୁଭବ ଥିଲା ଏହି ସମୟରେ ମୋତେ ରାମ ଜନ୍ମଭୂମି ମାମଲାରେ ଐତିହାସିକ ନିର୍ଣ୍ଣୟ ବିଷୟରେ ଜଣାପଡ଼ିଥିଲା।’

ସରକାର ରାମମନ୍ଦିରର ଦର୍ଶନ ପାଇଁ ଯିବାକୁ ଇଚ୍ଛୁକ ତୀର୍ଥଯାତ୍ରିମାନଙ୍କର ବଡ଼ସଂଖ୍ୟାକୁ ଧ୍ୟାନରେ ରଖି ଏକ ବଡ଼ ନିଷ୍ପତି ନେଇଛନ୍ତି। ସରକାର ନିଷ୍ପତି ନିଷ୍ପତ୍ତି ଅନୁଯାୟୀ, ଅଧିକୃତ ଭୂମି, ଯାହା ପ୍ରାୟତଃ ୬୭.୭୦୩ ଏକର ଅଟେ ଏବଂ ଭିତର ଏବଂ ବାହରର କୋର୍ଟୟାର୍ଡକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରକୁ ଦେଇଦିଆଯିବ। ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ଜନ୍ମସ୍ଥଳୀରେ ଭବ୍ୟ ଏବଂ ଦିବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ ଏବଂ ସେ ସମ୍ବନ୍ଧିତ ବିଷୟ ଉପରେ ନିର୍ଣ୍ଣୟ ନେବା ପାଇଁ ପୂର୍ଣ୍ଣ ରୂପରେ ସ୍ୱତନ୍ତ୍ର ହେବ।
ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଟ୍ରଷ୍ଟ ମନ୍ଦିର ନିର୍ମାଣ ଉପରେ ସମସ୍ତ ନିଷ୍ପତି ନେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.