Home ଓଡ଼ିଶା ଉନ୍ନାବ ଗ୍ୟାଙ୍ଗରେପ କାଣ୍ଡ : ପୀଡ଼ିତା ଏବଂ ଘରଲୋକଙ୍କ ରହିବା ଖାଇବା ବ୍ୟବସ୍ଥା କରିବ ଏମ୍ସ,...

ଉନ୍ନାବ ଗ୍ୟାଙ୍ଗରେପ କାଣ୍ଡ : ପୀଡ଼ିତା ଏବଂ ଘରଲୋକଙ୍କ ରହିବା ଖାଇବା ବ୍ୟବସ୍ଥା କରିବ ଏମ୍ସ, ଖର୍ଚ୍ଚ ଉଠାଇବ ସିବିଆଇ

409

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଦିଲ୍ଲୀ କୋର୍ଟ ଶୁକ୍ରବାରଦିନ ଅଖିଲ ଭାରତୀୟ ଆଯୁର୍ଵିଜ୍ଞାନ ସଂସ୍ଥାନ (AIIMS)ର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି କି ସେ ଉନ୍ନାବ ବଳାତ୍କାର ପୀଡ଼ିତାର ପରିଜନମାନଙ୍କର ରହିବା ଏବଂ ଖାଇବାର ବ୍ୟବସ୍ଥା କରନ୍ତୁ। ଏହା ବ୍ୟତୀତ ସିବିଆଇକୁ ଖର୍ଚ୍ଚ ବହନ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟଯେ, ପୀଡ଼ିତା ଏମ୍ସ ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ତାଙ୍କର ଅବସ୍ଥା ଗୁରୁତର ଅଛି।

ଜିଲା ବିଚାରପତି ଧର୍ମେଶ ଶର୍ମା ଅଖିଲ ଭାରତୀୟ ଆୟୁର୍ଵିଜ୍ଞାନ ସଂସ୍ଥାନ (ଏମ୍ସ) ର ବିଶ୍ରାମ ସଦନକୁ ନିର୍ଦେଶ ଦେଇଛନ୍ତି କି ସେ ଉନ୍ନାବ ବଳାତ୍କାର ପୀଡ଼ିତାର ପରିଜନମାନଙ୍କୁ ଦୁଇଟି ରୁମ୍ ଏବଂ ତିନି ଥର ଖାଦ୍ୟ ଉପଲବ୍ଧ କରାଇବା ପାଇଁ।

ସୂଚନାଯୋଗ୍ୟଯେ, ୨୮ ଜୁଲାଇରେ ରାୟବରେଲୀରେ ହୋଇଥିବା ଦୁର୍ଘଟଣାର ଜାଞ୍ଚ ସିବିଆଇ କରୁଛି। ଏହି ଦୁର୍ଘଟଣାରେ ବଳାତ୍କାର ପୀଡ଼ିତା ଏବଂ ତାଙ୍କର ଓକିଲ ଗମ୍ଭୀର ରୂପରେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦୁଇ ମହିଳା ସମ୍ପର୍କୀୟଙ୍କର ନିଧନ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.