Home ଓଡ଼ିଶା ଭାରତ ଏକ ଦାୟିତ୍ଵ ସମ୍ପନ୍ନ ପରମାଣୁ ରାଷ୍ଟ୍ର : ରାଜନାଥ ସିଂହ- ଭବିଷ୍ୟତରେ କଣ ଘଟିବ...

ଭାରତ ଏକ ଦାୟିତ୍ଵ ସମ୍ପନ୍ନ ପରମାଣୁ ରାଷ୍ଟ୍ର : ରାଜନାଥ ସିଂହ- ଭବିଷ୍ୟତରେ କଣ ଘଟିବ ତାହା ପରିସ୍ଥିତି ଉପରେ ନିର୍ଭର କରେ : ପ୍ରତିରକ୍ଷା ମନ୍ତ୍ରୀ

851

– ପୋଖରାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
– ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ ନ କରିବାର ସିଦ୍ଧାନ୍ତକୁ ଭାରତ କଡାକଡି ଭାବେ ପାଳନ କରୁଛି

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ୧୯୯୮ରେ ଭାରତ ରାଜସ୍ଥାନର ପୋଖରାନଠାରେ କରିଥିବା ପରମାଣୁ ପରୀକ୍ଷଣ ସ୍ଥଳକୁ ଆଜି ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଗସ୍ତ କରିଛନ୍ତି। ସେଠାରେ ସେ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକାଧିକ ଟ୍ଵିଟ ଜରିଆରେ ସେ ପ୍ରକାଶ କରି କହିଛନ୍ତି ଯେ, ଅଟଳ ଜୀ ସ୍ଵାଧୀନ ଭାରତର ଜଣେ ଟାଣୁଆ ନେତା ଥିଲେ। ସେ ଆହୁରି କହିଛନ୍ତି ଯେ, ପୋଖରାନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ଭାରତକୁ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବା ଲାଗି ଅଟଳ ଜୀଙ୍କ ଦୃଢ ସଂକଳ୍ପକୁ ପୋଖରାନ ଦର୍ଶାଉଛି। ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ ନ କରିବାର ସିଦ୍ଧାନ୍ତକୁ ଭାରତ କଡାକଡି ଭାବେ ପାଳନ କରିଆସିଛି। ଭବିଷ୍ୟତରେ କଣ ଘଟିବ ତାହା ପରିସ୍ଥିତି ଉପରେ ନିର୍ଭର କରେ”।

ଶ୍ରୀ ରାଜନାଥ ସିଂହ ଆହୁରି କହିଥିଲେ ଯେ, ଭାରତ ଏକ ଦାୟିତ୍ଵସମ୍ପନ୍ନ ପରମାଣୁ ରାଷ୍ଟ୍ରର ଭୂମିକା ନିର୍ବାହ କରୁଛି। ଏହା ଦେଶର ନାଗରିକଙ୍କ ପାଇଁ ଗର୍ବର ବିଷୟ। ରାଷ୍ଟ୍ର ଅଟଳ ଜୀଙ୍କ ମହାନତା ପ୍ରତି ଋଣୀ ହୋଇ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.