Home ଆନ୍ତର୍ଜାତୀୟ ଭୁଟାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ଭୁଟାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

891

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ଅଗଷ୍ଟ ୨୦୧୯ରେ ଭୁଟାନକୁ ସରକାରୀ ଗସ୍ତରେ ଯାଉଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ତାଙ୍କ ବିବୃତିରେ ପ୍ରକାଶ କରିଛନ୍ତିଯେ, “ନୂଆ ସରକାରଙ୍କ କାର୍ଯ୍ୟକାଳର ପ୍ରାରମ୍ଭିକ ଭାଗରେ ଭୁଟାନକୁ ମୋର ଗସ୍ତ ଆମର ବିଶ୍ୱସ୍ତ ସହଯୋଗୀ ତଥା ପଡୋଶୀ ଭୁଟାନ ସହ ଭାରତର ସମ୍ପର୍କ ପ୍ରତି ସରକାରଙ୍କ ବିଶେଷ ଗୁରୁତ୍ୱକୁ ପ୍ରତିଫଳିତ କରୁଛି।

ଭାରତ ଏବଂ ଭୁଟାନ ମଧ୍ୟରେ ଚମତ୍କାର ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ଆମର ବିସ୍ତୃତ ବିକାଶ ସହଭାଗୀତା, ଆପୋସ ଲାଭକାରୀ ଜଳବିଦ୍ୟୁତ ସହଯୋଗ ଏବଂ ଦୃଢ଼ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ଯୋଗୁଁ ସମ୍ଭବ ହୋଇପାରିଛି। ଏସବୁ ଆମର ସହଭାଗୀ ଆଧ୍ୟାତ୍ମିକ ଐତିହ୍ୟ ଏବଂ ମଜବୁତ ଲୋକ ସମ୍ପର୍କ କାରଣରୁ ଆହୁରି ସୁଦୃଢ଼ ହୋଇଛି।

ଗତବର୍ଷ ଔପଚାରିକ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଦୁଇଦେଶ ମିଳିତ ଭାବେ ପାଳନ କରିଥିଲେ।

ଆଜି ଏକ ସ୍ୱତନ୍ତ୍ର ପରିଚୟ ଓ ଉପାଦାନ ହାସଲ କରିଥିବା ଭାରତ-ଭୁଟାନ ଭାଗିଦାରୀ ଭାରତ ସରକାରଙ୍କ “ପଡୋଶୀ ପ୍ରଥମ ନୀତି”ର ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଛି।

ଭୁଟାନର ମହାମହିମ ରାଜା, ମହାମହିମ ଚତୁର୍ଥ ଡ୍ରୁକ ଗ୍ୟାଲପୋ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆମ ଦ୍ୱିପାକ୍ଷିକ ସମ୍ପର୍କର ବ୍ୟାପକ ଦିଗରେ ଫଳପ୍ରଦ ଆଲୋଚନା କରିବା ଲାଗି ମୁଁ ଆଗ୍ରହୀ ଅଛି। ଭୁଟାନର ସମ୍ମାନଜନକ ରୟାଲ ବିଶ୍ୱବିଦ୍ୟାଳୟରେ ଯୁବ ଭୁଟାନୀ ଛାତ୍ରଛାତ୍ରୀଙ୍କୁ ଉଦ୍ ବୋଧନ ଦେବା ଲାଗି ମଧ୍ୟ ମୁଁ ଆଗ୍ରହୀ।

ମୋର ବିଶ୍ୱାସ ଯେ, ଏହି ଗସ୍ତ ଭୁଟାନ ସହିତ ଆମର ସମୟୋଚିତ ଓ ମୂଲ୍ୟବାନ ବନ୍ଧୁତାକୁ ପ୍ରୋତ୍ସାହିତ କରିବ ଏବଂ ଉଭୟ ରାଷ୍ଟ୍ରର ଲୋକମାନଙ୍କ ସମୃଦ୍ଧ ଭବିଷ୍ୟତ ଓ ପ୍ରଗତିକୁ ଆହୁରି ଆଗେଇନେବ”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.