Home ଓଡ଼ିଶା ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଅଗ୍ରଣୀ ନିବେଶ ସଂସ୍ଥା ଜିଆଇସି ୫, ୫୧୨.୫ କୋଟି ଟଙ୍କା ଏବଂ...

ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଅଗ୍ରଣୀ ନିବେଶ ସଂସ୍ଥା ଜିଆଇସି ୫, ୫୧୨.୫ କୋଟି ଟଙ୍କା ଏବଂ ଟିପିଜି ୧୮୩୭.୫ କୋଟି ଟଙ୍କା ନିବେଶ କରିବେ

79

ଏହି ନିବେଶ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଖୁଚୁରା କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ

ମୁମ୍ବାଇ / ଭୁବନେଶ୍ୱର (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ସିଙ୍ଗାପୁରର ଜିଆଇସି ପକ୍ଷରୁ ୫, ୫୧୨.୫ କୋଟି ଟଙ୍କା ଓ ଅଗ୍ରଣୀ ନିବେଶ ସଂସ୍ଥା ଟିପିଜି ପକ୍ଷରୁ ୧୮୩୭.୫ କୋଟି ଟଙ୍କା ଟଙ୍କା ପୁଞ୍ଜିନିବେଶ କରାଯିବ। ଆର୍‌ଆର୍‌ଭିଏଲ୍‌ର ପ୍ରି ମନି ଇକ୍ୱିଟି ମୂଲ୍ୟକୁ ୪.୨୮୫ ଲକ୍ଷ କୋଟି ଟଙ୍କା ଭାବେ ଆକଳନ କରି ଏହି ନିବେଶ କରାଯାଇଥିବା ଜଣାପଡିଛି। ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ଜିଆଇସିର ନିବେଶ ୧.୨୨ ପ୍ରତିଶତ ଓ ଟିପିଜିର ନିବେଶ ୦.୪୧ ପ୍ରତିଶତ ପୂର୍ଣ୍ଣ ବିଘଟିତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ।

ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରେ ଜିଓ ପ୍ଲାଟଫର୍ମର୍ସ୍‌ରେ ୪୫୪୬.୮ କୋଟି ଟଙ୍କା ନିବେଶ କରିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନ୍ୟତମ ସହଯୋଗୀ ସଂସ୍ଥାରେ ଏହା ହେଉଛି ଟିପିଜିର ଦ୍ୱିତୀୟ ପୁଞ୍ଜିନିବେଶ।

ରିଲାଏନ୍ସ ରିଟେଲ୍ ଲିମିଟେଡ୍ ହେଉଛି ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨, ୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍‌ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି। ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍‌ଏସ୍‌ଏମ୍‌ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ସୁରକ୍ଷା ପ୍ରଦାନ କରୁଛି। ରିଲାଏନ୍ସ ରିଟେଲ୍ ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ୍‌ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରିବେ।

୧୯୯୨ରେ ସ୍ଥାପିତ ହୋଇଥିବା ଟିପିଜି ଏକ ବିଶ୍ୱସ୍ତରୀୟ ସଂପତ୍ତି ପରିଚାଳନା ସଂସ୍ଥା ଯାହା ଅଧୀନରେ ୮୩ ବିଲିଅନ ଡଲାରର ପରିଚାଳନାଧୀନ ସଂପତ୍ତି ରହିଛି। ଟିପିଜିର ପୋର୍ଟଫୋଲିଓରେ ଶତାଧିକ କଂପାନି ସହିତ ସାରା ବିଶ୍ୱରେ ଅଭିଜ୍ଞ ପ୍ରଫେସନାଲ୍ ଓ ପରାମର୍ଶଦାତା ରହିଥିବାବେଳେ, ଏହାର ପ୍ରାୟ ୩୦ ବର୍ଷର ନିବେଶ ଇତିହାସରେ ଏହା ଅନେକ କଂପାନିକୁ ପୂର୍ଣ୍ଣ କ୍ଷମତା ହାସଲ କରିବାରେ ସହାୟତା ପ୍ରଦାନ କରିଛି।

ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ରିଲାଏନ୍ସ ରିଟେଲ୍ ପରିବାରକୁ ଜିଆଇସିକୁ ଆମନ୍ତ୍ରିତ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସି। ମୁଁ ବହୁତ ଉଲ୍ଲସିତ ଯେ ଜିଆଇସି, ଯାହାର ସାରା ବିଶ୍ୱରେ ସଫଳତାର ସହ ଦୀର୍ଘମିଆଦୀ ପୁଞ୍ଜିନିବେଶ କରିବାରେ ଦୀର୍ଘ ଚାରି ଦଶନ୍ଧୀ ପାଖାପାଖି ରେକର୍ଡ ରହିଛି ତାହା ଭାରତୀୟ ରିଟେଲ୍ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଲାଗି ରହିଥିବା ଲକ୍ଷ୍ୟ ପାଇଁ ରିଲାଏନ୍ସ ରିଟେଲ୍ ସହ ସହଯୋଗିତା ସ୍ଥାପନ କରିଛି।

ସେହିଭଳି ସମସ୍ତ ଭାରତୀୟଙ୍କୁ ଲାଭ ପହଂଚାଇବା ଲାଗି ଭାରତୀୟ ରିଟେଲ୍ ବ୍ୟବସ୍ଥାକୁ ବଢ଼ାଇବା ଏବଂ ସେଥିରେ ପରିବର୍ତ୍ତନ ଆଣିବା ପାଇଁ ରିଲାଏନ୍ସ ରିଟେଲ୍ ଭେଂଚର୍ସର ମୂଲ୍ୟବାନ ନିବେଶକ ଭାବେ ଟିପିଜିକୁ ସ୍ୱାଗତ କରୁଥିବାରୁ ମଧ୍ୟ ମୁଁ ଆନନ୍ଦିତ। ବିଶ୍ୱସ୍ତରୀୟ ପ୍ରଯୁକ୍ତି ବ୍ୟବସାୟ ଓ ଶିଳ୍ପର ମୂଲ୍ୟବାନ ସହଯୋଗୀ ହେବାରେ ଟିପିଜିର ଟ୍ରାକ୍ ରେକର୍ଡ ରହିଛି ଓ ଆମର ଯାତ୍ରାରେ ସେମାନଙ୍କ ମାର୍ଗଦର୍ଶନ ଏବଂ ସହାୟତା ପାଇଁ ଆମେ ଆଶା ରଖିଛୁ।’’

ଶ୍ରୀଯୁକ୍ତ ଲିମ୍ ଚାଓ କିଆଟ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆଇସି କହିଛନ୍ତି ଯେ, “ଏହି ନୂଆ ପୁଞ୍ଜିନିବେଶ ଜରିଆରେ ରିଲାଏନ୍ସର ସହଯୋଗୀ ହୋଇଥିବାରୁ ଜିଆଇସି ଖୁସି ଯାହା ଭାରତୀୟ ରିଟେଲ୍ ବଜାରର ଅଭିବୃଦ୍ଧିକୁ ସୁଦୃଢ଼ କରିବାରେ ରିଲାଏନ୍ସ ରିଟେଲ୍‌କୁ ଠିକ୍ ଭାବେ ଉପସ୍ଥାପିତ କରିପାରିବ। ଆମର ବିଶ୍ୱାସ ରହିଛି ଯେ ରିଲାଏନ୍ସ ରିଟେଲ୍ ଏହାର ବ୍ୟାପକ ଯୋଗାଣ ଶୃଙ୍ଖଳା ଏବଂ ଷ୍ଟୋର୍ ନେଟ୍‌ୱର୍କ ତଥା ସୁଦୃଢ଼ ଲଜିଷ୍ଟିକ୍ ଓ ଡାଟା ଭିତିଭୂମିକୁ ବ୍ୟବହାର କରି ଗ୍ରାହକ ଓ ଅଂଶଧନକାରୀମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବ। ’’

ଟିପିଜିର ସହ-ସିଇଓ, ଜିମ୍ କୋଲ୍‌ଟର୍ କହିଛନ୍ତି ଯେ, “ପ୍ରଯୁକ୍ତିକୁ ବ୍ୟବହାର କରି ରିଲାଏନ୍ ରିଟେଲ୍‌କୁ ଏକ ଦୃଢ଼, ସଂଗଠିତ ଏବଂ ଅଭିନବ ସଂସ୍ଥା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉପସ୍ଥାପନ କରିଛି। ରିଲାଏନ୍ସ ରିଟେଲ୍‌ର ଓମ୍‌ନିଚ୍ୟାନେଲ୍ ପ୍ଲାଟଫର୍ମର ସଂଯୋଗ, ପ୍ରଭାବ ଏବଂ ଅଧିକ ସ୍ଥାନରେ ତାହା ପହଂଚିଥିବାର ଶକ୍ତିକୁ ବ୍ୟବହାର କରି ଭାରତୀୟ ଗ୍ରାହକ ଓ କିରାନା ଷ୍ଟୋର୍‌ଗୁଡ଼ିକୁ ଲାଭ ପହଂଚାଇବା ପାଇଁ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ରିଟେଲ୍ ଶିଳ୍ପ ସୃଷ୍ଟି କରିବାକୁ ଚାହୁଥିବା ବେଳେ ସେମାନଙ୍କ ସହିତ ସହଯୋଗ ଦେଉଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।’’

ଏହି ବୁଝାମଣା ଆବଶ୍ୟକ ନିୟାମକ ଓ ଅନ୍ୟାନ୍ୟ ମଂଜୁରୀ ଉପରେ ନିର୍ଭରଶୀଳ। ରିଲାଏନ୍ସ ରିଟେଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ବେଳେ ସିରିଲ୍ ଅମରଚାନ୍ଦ ମଙ୍ଗଲଦାସ ଓ ଡେଭିସ୍ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ୍ ଆଇନଗତ ପରାମର୍ଶ ପ୍ରଦାନ କରିଛନ୍ତି। ଟିପିଜି ପାଇଁ ଡିଲୋଇଟି ଟଚ୍ ଟୋମାସୁ ଇଣ୍ଡିଆ ଏଲ୍‌ଏଲ୍‌ପି ଆର୍ଥିକ ଉପଦେଷ୍ଟା ଏବଂ ସର୍ଦୁଲ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ୍ କୋ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.