Home ଓଡ଼ିଶା ଆଜି ଜନତା କର୍ଫ୍ୟୁ

ଆଜି ଜନତା କର୍ଫ୍ୟୁ

1917

ପୁରୀ, ୨୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି କାଲି ସକାଳ ୭ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁକୁ ସ୍ୱତ ପ୍ରବୃତମାନିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି। ପୁରୀ ସହରରୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ରାତିରୁ ଚଳାଚଳ ବନ୍ଦ କରାଯାଇଛି ଏବଂ ଏଠାରୁ ଛାଡୁଥିବା ସମସ୍ତ ଘରୋଇ ଓ ସରକାରୀ ବସ୍ ମଧ୍ୟ ଚଳାଚଳ ବନ୍ଦ ରହିବ ବୋଲି ଜଣାଯାଇଛି।

ଔଷଧ ଦୋକାନ ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ପରିବା ଦୋକାନ ଫଳ ଦୋକାନ କେବଳ ଖୋଲା ରହିବ ବୋଲି ଘୋଷଣା କରାଯାଇଛି। ସହରରେ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକତ୍ରିତ ନହେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ସହରରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟ ଆଜି ଠାରୁ ବନ୍ଦ ରହିଛି। ସହରରେ ଯେପରି କୌଣସି ଅପ୍ରିତୀକର ଘଟଣା ନଘଟେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.