Home ଓଡ଼ିଶା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଓଡ଼ିଶୀ ସଂକୀର୍ତ୍ତନ ବନ୍ଦ ପାଇଁ...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଓଡ଼ିଶୀ ସଂକୀର୍ତ୍ତନ ବନ୍ଦ ପାଇଁ ସଂକୀର୍ତ୍ତନ ମହାମଣ୍ଡଳୀର ନିଷ୍ପତ୍ତି

231

ଭୁବନେଶ୍ୱର / କଟକ : ୨୨-୩ (ଓଡ଼ିଆ ପୁଅ)  ସଂପ୍ରତି ବିଶ୍ୱରେ ଦେଖାଦେଇଥିବା ଭୟାବହ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଓ ରାଜ୍ୟ ସରକାର ଏହାକୁ ମହାମାରୀ ଘୋଷଣା କରି ଜାରି କରିଥିବା ମାର୍ଗଦର୍ଶିକା ଓ ନିର୍ଦ୍ଦେଶନାମାକୁ ସମ୍ମାନ ଜଣାଇ ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଦୋଳ ମହୋତ୍ସବ, ଭାଗବତ ବାସୁଦେବ ମେଳଣ ଓ ଓଡ଼ିଶୀ ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ ଜନଗହଳିପୂର୍ଣ୍ଣ ନ କରି ନିରାଡ଼ମ୍ବର ଭାବରେ ପାଳନ କରିବା ସହିତ କୌଣସି ବୃହତ୍ତର ସଂକୀର୍ତ୍ତନ କାର୍ଯ୍ୟକ୍ରମ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆୟୋଜନ ନ କରିବା ଓ ଏଥିରେ ଯୋଗଦାନ ନ କରିବାକୁ ଶ୍ରୀ ଲକ୍ଷେଶ୍ୱର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀ ମହନ୍ତ ନଳିନୀ କୁମାର ସ୍ୱାଇଁ ଅଧିକାରୀ ଚୈତନ୍ୟ ସାହୁ, ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ପବିତ୍ର ମୋହନ ସ୍ୱାଇଁ, ଜଗଦାନନ୍ଦ ରାଉତରାୟ, ଆଶୁତୋଷ ସାମନ୍ତରାୟ, ଯୁଧିଷ୍ଠିର ପରିଜା, ଶ୍ରୀ ଶ୍ରୀ ଡାଳଖାଇ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀ ମହନ୍ତ ପ୍ରଦୀପ କୁମାର ଜେନା, ଉପମହନ୍ତ ଲିଙ୍ଗରାଜ ସାହୁ, ଶ୍ରୀ ଶ୍ରୀ ଅଡ଼ଚାଳିଶି ନାମ ସଂକୀର୍ତ୍ତନ ଓଡ଼ିଶୀ ମହାମଣ୍ଡଳ, ବାରଙ୍ଗର ମହନ୍ତ ଡଃ କିଶୋର ଚନ୍ଦ୍ର ପାଣି ଓ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ସମସ୍ତ ସଂକୀର୍ତ୍ତନ ମଣ୍ଡଳୀକୁ ଅନୁରୋଧ କରିଛନ୍ତି। ସରକାରଙ୍କ ପ୍ରଚଳିତ ମାର୍ଗଦର୍ଶିକା ଆଧାରରେ ବିଧିମୁତାବକ ପରମ୍ପରା ରକ୍ଷା କରି ନିରାଡ଼ମ୍ବର ସହିତ ପାର୍ବଣକୁ ପାଳନ କରିବା ସଙ୍ଗେ ସଙ୍ଗେ ବିଶ୍ୱବାସୀଙ୍କ ସହିତ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରଚେଷ୍ଟା କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଆସନ୍ତାକାଲି ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିବା ଜନତା କର୍ଫ୍ୟୁକୁ ପାଳନ କରି ନିଜ ପରିବାର ସହିତ ଘରେ ରହିିବାକୁ ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ, କଳାକାର, ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.