Home ଓଡ଼ିଶା ନାଁ’ ବଦଳେଇ ଦିଅନ୍ତୁ ନୁଶରତ: ଉଲେମା

ନାଁ’ ବଦଳେଇ ଦିଅନ୍ତୁ ନୁଶରତ: ଉଲେମା

858

କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ନୁଶରତ ଜହାଁଙ୍କ ଉପରେ ଅସନ୍ତୁଷ୍ଟ ଦେବବନ୍ଦୀ ଉଲେମା ନୁଶରତଙ୍କୁ ତାଙ୍କ ନାଁ’ ବଦଳେଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି।ଇତ୍ତେହାଦ ଉଲେମା ଏ-ହିନ୍ଦ ଉପାଧ୍ୟକ୍ଷ ମୁଫତି ଅଶଦ କାଶମୀ କହିଛନ୍ତି, ନୁଶରତ ଅଣ ମୁସଲିମ୍ (ବେଧର୍ମୀ) କାମ କରୁଛନ୍ତି।ଇସ୍ଲାମ ଅନୁଯାୟୀ ଆଲ୍ଲାଙ୍କ ବ୍ୟତୀତ ଆଉ କାହାର ଇବାଦତ (ଉପାସନା) କରିବା ହାରାମ ଅଟେ।ନୁଶରତ ଇସ୍ଲାମକୁ ମାନୁ ନାହାଁନ୍ତି।ଇସ୍ଲାମ ନୀତି ନିୟମ ନମାନି ସବୁ କାମ ଅଣମୁସଲିମ ପରି କରୁଛନ୍ତି।ସେ ବିବାହ ମଧ୍ୟ ଅଣମୁସଲିମ ସହିତ କରିଛନ୍ତି।ତେଣୁ ସେ ମୁସଲିମ ନାମ ରଖି କାହିଁକି ଇସ୍ଲାମକୁ ବଦନାମ କରୁଛନ୍ତି?ସେ ତାଙ୍କ ନାମ ପରିବର୍ତ୍ତନ କରି ଦିଅନ୍ତୁ ବୋଲି ଉଲେମା କହିଛନ୍ତି।ଦୁର୍ଗାଷ୍ଟମୀରେ ଦୁର୍ଗା ପୂଜନ କରିବାକୁ ନେଇ ମୁସଲିମ ଧର୍ମଗୁରୁ ନୁଶରତଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।ପୂର୍ବରୁ ନୁଶରତଙ୍କ ଶାଢ଼ୀ, ଶଙ୍ଖା, ସିନ୍ଦୁର ସହ ହିନ୍ଦୁ ଗେଟଅପକୁ ନେଇ ମୁସଲିମ ମୁଲା, ମୌଲବୀ ମାନେ ତାଙ୍କ ଉପରେ ଫତୱା ଜାରି କରିବାକୁ ଧମକ ଦେଇଥିଲେ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.