Home ଆନ୍ତର୍ଜାତୀୟ ଲଞ୍ଚ୍ ହେଲା ଦୁନିଆର ସବୁଠୁ ଶସ୍ତା 5G ସ୍ମାର୍ଟଫୋନ୍: ଜାଣନ୍ତୁ; କ’ଣ ରହିଛି ଦାମ୍ ..

ଲଞ୍ଚ୍ ହେଲା ଦୁନିଆର ସବୁଠୁ ଶସ୍ତା 5G ସ୍ମାର୍ଟଫୋନ୍: ଜାଣନ୍ତୁ; କ’ଣ ରହିଛି ଦାମ୍ ..

554

ନୂଆଦିଲ୍ଲୀ: ଯଦି କେହି 5G ସ୍ମାର୍ଟଫୋନ୍ କିଣିବାକୁ ଚାହାଁନ୍ତି କିନ୍ତୁ ଅଧିକ ମୂଲ୍ୟ ହେତୁ କିଣିବାକୁ ଅସମର୍ଥ, ତେବେ ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। ରିଅଲମି ଦୁନିଆର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ଫୋନର ନାମ ହେଉଛି ରିଆଲମି ଭି୩ (Realme V3)। ରିଅଲମିର ଏହି ଫୋନରେ ୩ଜିବି ରାମ୍ (RAM) ଏବଂ ଷ୍ଟୋରେଜ୍ ଉପଲବ୍ଧ ହେବ। ଆହୁରି ମଧ୍ୟ ଏଥିରେ ସ୍ଲିମ୍ ବେଜେଲ୍ ଡିଜାଇନ୍ ଦିଆଯାଇଛି। ଆସନ୍ତୁ ଜାଣିବା ଏହାର ମୂଲ୍ୟ ଏବଂ ଫିଚର୍ସ ଗୁଡ଼ିକ ବାବଦରେ –

ଡିସପ୍ଲେ, କ୍ୟାମେରା, ଷ୍ଟୋରେଜ୍, ବ୍ୟାଟେରୀ –
Realme V3ରେ ଡୁଆଲ୍ ସିମ୍ ସପର୍ଟ ସହିତ ଆଣ୍ଡ୍ରଏଡ୍ ୧୦ ଆଧାରିତ Realme UI ଦିଆଯାଇଛି। ଏହା ବ୍ୟତୀତ, ଏହି ଫୋନରେ ୭୨୦×୧୬୦୦ ପିକ୍ସେଲର ରେଜୋଲୁସନ ସହିତ ୬.୫ ଇଞ୍ଚ ଏଚଡି + ଡିସପ୍ଲେ ରହିଛି। ଏହି ଫୋନରେ ମିଡିଆଟେକ ଡାଇମେନସିଟି ୭୨୦ ପ୍ରୋସେସର ଏବଂ ୮ ଜିବି ପର୍ଯ୍ୟନ୍ତ ରାମ୍ ସହିତ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି। ରିଅଲମି V3 ଫୋନରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ହେଉଛି ୧୩ ମେଗାପିକ୍ସେଲ, ଦ୍ୱିତୀୟଟି ୨ ମେଗାପିକ୍ସେଲ ମାଇକ୍ରୋ ଏବଂ ତୃତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ ଡେଫଥ୍ ସେନସର। ଏହି ଫୋନରେ ୮ ମେଗାପିକ୍ସେଲର ସାମ୍ନା କ୍ୟାମେରା ରହିଛି। କନେକଟିଭିଟି (ସଂଯୋଗୀକରଣ) ପାଇଁ ଏହି ଫୋନରେ ୫ଜି ସହିତ ୪ଜି ପାଇଁ ସପର୍ଟ ରହିଛି। ଏଥିରେ ଡୁଆଲ୍- ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ ଭି- ୫.୦, ଜିପିଏସ୍, ଏ- ଜିପିଏସ୍, ୩.୫ ଏମଏମ ହେଡଫୋନ୍ ଜ୍ୟାକ୍, ଟାଇପ୍- ସି ଚାର୍ଜିଂ ଏବଂ ୫୦୦୦mAh ବ୍ୟାଟେରୀ ଅଛି, ଯାହାକି ୧୮W (ୱାର୍ଟ) ଫାଷ୍ଟ ଚାର୍ଜିଂକୁ ସପର୍ଟ କରେ।

କେତେ ରହିଛି ମୂଲ୍ୟ –
ରିଅଲମି V3ର ମୂଲ୍ୟ ତିନୋଟି ପ୍ରକାରରେ ଉପଲବ୍ଧ ହେବ। ସେଥିମଧ୍ୟରୁ ୬GB + ୬୪GB ଷ୍ଟୋରେଜ୍ ଭେରିଏଣ୍ଟ୍ ମୂଲ୍ୟ ପ୍ରାୟ ୧୦,୭୦୦ ଟଙ୍କା, ୬GB + ୧୨୮GB ଭେରିଏଣ୍ଟ୍ ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ଏବଂ 8GB + 128GB ଭେରିଏଣ୍ଟ୍ ମୂଲ୍ୟ ପ୍ରାୟ ୧୭,୧୦୦ ଟଙ୍କା ରହିବ। ଏହି ଫୋନ୍ ନୀଳ ଏବଂ ରୂପା ରଙ୍ଗର ଉପଲବ୍ଧ ହେବ। ତେବେ, ଚାଇନା ନିର୍ମିତ ଏହି ରିଅଲମି 5G ସ୍ମାର୍ଟଫୋନ୍ ଭାରତକୁ ଆସିବା ବିଷୟରେ କୌଣସି ଖବର ନାହିଁ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.