Home Top News ବିଜେଡି ବିଧାୟକଙ୍କ ଘରୁ ଶୁଭିଲାଣି ବିଜେପି ରାଜ୍ୟ ସଭାପତିଙ୍କ ସ୍ୱର!

ବିଜେଡି ବିଧାୟକଙ୍କ ଘରୁ ଶୁଭିଲାଣି ବିଜେପି ରାଜ୍ୟ ସଭାପତିଙ୍କ ସ୍ୱର!

129

ଭୁବନେଶ୍ୱର: ବିଜେଡି ବିଧାୟକଙ୍କ ଘରୁ ଶୁଭିଲାଣି ବିଜେପି ରାଜ୍ୟ ସଭାପତିଙ୍କ ସ୍ୱର! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସତ କହୁଛନ୍ତି। ଏଥର ନିର୍ବାଚନ ସାଧାରଣ ଲୋକ ଲଢ଼ିବେ, ଆଉ ଏ’ ଦୁର୍ନୀତିଗସ୍ତ ନବୀନ ସରକାରକୁ ହଟାଇବେ। ଆମ ରାଜ୍ୟ ସଭାପତି ମନମୋହନ ସାମଲ ଯାହା କହୁଛନ୍ତି, ସେହି ସ୍ୱର ଏବେ ନବୀନ ସରକାରଙ୍କ ବିଧାୟକଙ୍କ ଘରୁ ମଧ୍ୟ ଶୁଭିଲାଣି ବୋଲି କହିଛନ୍ତି ବିଜେପି ଯୁବା ନେତ୍ରୀ ହରପ୍ରିୟା ସାହୁ। ଖୋର୍ଦ୍ଧା ବିଜେଡି ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟ୍ ସେୟାର କରି ଏପରି କହିଛନ୍ତି ହରପ୍ରିୟା ସାହୁ। ଯେଉଁଥିରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରି ଏକ ଫଟୋ ପୋଷ୍ଟର୍ ସେୟାର କରିବା ସହ କ୍ୟାପ୍ସନରେ ଲେଖିଛନ୍ତି, “ଜାପାନରୁ ଘଣ୍ଟା ଘଣ୍ଟାର ବିମାନ ଯାତ୍ରା। କିନ୍ତୁ ଭୁବନେଶ୍ୱରରେ ପହଞ୍ଚିବା ପରେ ସେହି ଜୋଶ, ସେହି ଉନ୍ମାଦନା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାବାସୀଙ୍କ ସେବା ହିଁ ସର୍ବୋପରି।” ସେହି ପୋଷ୍ଟ୍ ଉପରେ ବିଧାୟକଙ୍କ ଭାଇ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଅରବିନ୍ଦନାଥ ମିତ୍ର ଉତ୍ତର ଦେଇ ଲେଖିଛନ୍ତି, “ସିଏ ତ’ ଘରେ ପହଞ୍ଚିଯାଇ ମଦ ପିଇ ଶୋଇ ଯାଇଥିବ, ଆଉ କଣ ଉନ୍ମାଦ ହୋଇ ନାଚୁଥିଲା। ଯଦି କିଛି ମୋଟାଅଙ୍କର ଟଙ୍କା ଆଦାୟ କରି ପାରିଥିବ ଟିକିଏ ଖୁସି ଥିବ। ଇଏ ସେବା କରିବ।”ସେହିପରି ବିଧାୟକ ଜିତୁ ମିତ୍ରଙ୍କ ପୋଷ୍ଟ ଉପରେ ଜଣେ ଲେଖିଛନ୍ତି, “ସାର ନମସ୍କାର, ଟିକିଏ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ କୁହନ୍ତୁ। ସେମାନେ ଏପ୍ରିଲ ୧ ତାରିଖରୁ ଅନଶନରେ ବସିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ’ ବିଷୟରେ ଅବଗତି ଅଛନ୍ତି କି ନାହିଁ କିଛି ଜଣାପଡ଼ୁନି। ତୁରନ୍ତ ମାନ୍ୟବରଙ୍କୁ ଏ’ ବିଷୟରେ ଅବଗତ କରାଇ, ଏହାର ସମାଧାନ କରନ୍ତୁ।” ଏହାର ଉତ୍ତର ଦେଇ ବିଧାୟକଙ୍କ ଭାଇ ଲେଖିଛନ୍ତି, “ସିଏ କିପରି ଜାଣିବେ ଦେଖିବାର ବି ଚାନ୍ସ ନାହିଁ। ପାଣ୍ଡିଆନ କହିବ କି ନାହିଁ, କଣ କହିବ ସେଇଟା ତା’ ଇଚ୍ଛା।
-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.