Home Coronavirus Outbreak ଦୁନିଆର ସବୁଠାରୁ ବଡ଼ ପରିବାର; ୩୯ ପତ୍ନୀ, ୯୪ ସନ୍ତାନ; ମୋଟ ୧୮୧ ସଦସ୍ୟ: ପ୍ରଭାବ...

ଦୁନିଆର ସବୁଠାରୁ ବଡ଼ ପରିବାର; ୩୯ ପତ୍ନୀ, ୯୪ ସନ୍ତାନ; ମୋଟ ୧୮୧ ସଦସ୍ୟ: ପ୍ରଭାବ ପକାଇ ପାରିନି କରୋନା

2409

ଭୁବନେଶ୍ୱର: ଭାରତର ଉତ୍ତର- ପୂର୍ବ ରାଜ୍ୟ ମିଜୋରାମରେ ରୁହନ୍ତି ଦୁନିଆର ସବୁଠାରୁ ବଡ଼ ପରିବାର। ୭୪ ବର୍ଷର ଏହି ପୁରୁଣା ପରିବାରକୁ ଏକ ସ୍ଵାଧୀନ ସମ୍ପ୍ରଦାୟ ବୋଲି କୁହାଯାଇ ପାରେ। ପରିବାରର ମୁଖିଆ ଜିଓନା ଚାନାଙ୍କର ୩୯ଟି ପତ୍ନୀ, ୯୪ ଜଣ ସନ୍ତାନ ସନ୍ତତି, ୧୪ ଜଣ ବୋହୂ ଏବଂ ୩୩ ଜଣ ନାତି, ନାତୁଣୀ ହୋଇ ମୋଟ ୧୮୧ ସଦସ୍ୟ ଅଛନ୍ତି। ମିଜୋରାମର ସୁନ୍ଦର ପାହାଡ଼ ମଧ୍ୟରେ ବାଟୱାଙ୍ଗ ଗ୍ରାମରେ ଗୋଟିଏ ଛାତ ତଳେ ଏକ ବିରାଟ ଘରେ ପୁରା ପରିବାର ବାସ କରନ୍ତି। ଘରେ ମୋଟ ୧୦୦ଟି ବଖରା ରହିଛି।

ପରିବାରର ସମସ୍ତ ସଦସ୍ୟ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଅଛନ୍ତି। ଏହି ବିରାଟ ପରିବାରର ସଦସ୍ୟଙ୍କ ଉପରେ କରୋନା କୌଣସି ପ୍ରଭାବ ପକାଇ ପାରିନାହିଁ। ଏଠାରେ ଜୀବନ ସ୍ୱାଭାବିକ। ସମସ୍ତେ ପ୍ରତିଦିନ ନିଜନିଜ କର୍ମରେ ବ୍ୟସ୍ତ ରୁହନ୍ତି।ଜିଓନା ଜଣେ ବଢ଼େଇ ଭାବରେ କାମ କରନ୍ତି। ସେ ବ୍ୟବସାୟ ପାଇଁ ନିଜେ ଉତ୍ପାଦନ କରିବା ସହ ପରିବାର ପାଇଁ ଉପଯୋଗୀ ସମସ୍ତ ଜିନିଷ ନିଜେ ତିଆରି କରନ୍ତି। ସୂଚନାଯୋଗ୍ୟ ଯେ ମିଜୋରାମରେ କେବଳ ଜଣେ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ଥିବା ଜଣାପଡ଼ିଛି। -ଦେବଦତ୍ତ ରଥ

ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.